Site icon Odisha.com

ଗଣଶିକ୍ଷକଙ୍କ ଦରମା ବୃଦ୍ଧି କରିବାକୁ ଘୋଷଣା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ସମୁଦାୟ ୨୨,୦୪୮ ଜଣ ଗଣଶିକ୍ଷକଙ୍କ ଦରମା ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି ।

ଗଣଶିକ୍ଷକଙ୍କ ଦୀର୍ଘଦିନର ଦାବି ପରେ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ବୁଧବାର ଗଣମାଧ୍ୟମକୁ କହିଛନ୍ତି ।

ସମୁଦାୟ ୨୨,୦୪୮ ଜଣ ଗଣଶିକ୍ଷକଙ୍କ ମଧ୍ୟରୁ ତାଲିମପ୍ରାପ୍ତ ୬୧୯ ଜଣଙ୍କୁ ଶିକ୍ଷା ସହାୟକ ଭାବେ ମାସିକ ୪୦୦୦ ଟଙ୍କାରେ ନିଯୁକ୍ତି ଦିଆଯିବ ଏବଂ ୨୦୦୧୭ ଜଣ ଅଣତାଲିମପ୍ରାପ୍ତ ଯୁକ୍ତଦୁଇ ବା ଅଧିକ ଯୋଗ୍ୟତା ସଂପନ୍ନ ଗଣଶିକ୍ଷକଙ୍କ ଦରମା ମାସିକ ୨୨୫୦ ଟଙ୍କାରୁ ବୃଦ୍ଧି କରାଯାଇ ୩୨୦୦ ଟଙ୍କା ବୋକୁ ସରକାର ସ୍ଥିର କରିଛନ୍ତି ।

ସେହିପରି ୧୪୧୨ ଅଣତାଲିମପ୍ରାପ୍ତ ମାଟ୍ରିକ ବା ହାଇସ୍କୁଲ ପାସ୍ ଯୋଗ୍ୟତା ସଂପନ୍ନ ଗଣଶିକ୍ଷକଙ୍କ ଦରମା ମାସିକ ୨୨୫୦ ଟଙ୍କାରୁ ବୃଦ୍ଧି କରାଯାଇ ୨୭୦୦ ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version