ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ମାଲକାନଗିରି, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ବୁଧବାର ବନ୍ଦ ଡ଼ାକରା ଦେଇଥିବା ବେଳେ ଏହାର ପ୍ରଭାବରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।
ଜିଲ୍ଲାର କାଳିମେଳା, ପୋଟେରୁ, ମୋଟୁ, ଏମ୍ଭି ୩୯ ଅଂଚଳରେ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି ।
କେତେକ ସ୍ଥାନରେ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଥିବା ବେଳେ ଜୟପୁର ମାଲକାନଗିରି ରାସ୍ତାରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି । ବନ୍ଦ ଡ଼ାକରାରେ ସାଧାରଣ ଲୋକମାନେ ସାମିଲ ହେବାକୁ ସେମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି ।
ବନ୍ଦକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜିଲ୍ଲା ଭିତରକୁ ଆସୁଥିବା ସମସ୍ତ ଗାଡ଼ିକୁ ଯାଞ୍ଚ କରାଯାଉଛି ।
ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ଭୀନିଲ କ୍ରିଷ୍ଣାଙ୍କ ମୁକ୍ତି ସମୟରେ ସରକାର କରିଥିବା ସର୍ତ ବର୍ତମାନ ପର୍ଯ୍ୟନ୍ତ ପୂରଣ ହୋଇନଥିବା ଅଭିଯୋଗ କରି ମାଓବାଦୀମାନେ ଦୁଇଦିନିଆ ବନ୍ଦ ଡ଼ାକରା ଦେଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍