Site icon Odisha.com

ହାତୀଙ୍କ ଦ୍ୱାରାଫସଲ କ୍ଷତି ସହାୟତା ବୃଦ୍ଧି ନିଷ୍ପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ହାତୀଙ୍କ ଦ୍ୱାରାଫସଲ କ୍ଷତି ବାବଦ ରାଶି ଏକ ହଜାର ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

ହସ୍ତୀ ସୁରକ୍ଷା କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଥିବା ବେଳେ ରାଜ୍ୟରେ ଅବୈଧ ହାତୀ ଶିକାର ତଥା ବିଦ୍ୟୁତ୍ ଆଘାତ ଜନିତ ମୃତ୍ୟୁ ଯୋଗୁଁ ବୈଠକରେ ଉ୍ବେଗ ପ୍ରକାଶ ପାଇଛି ।

ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଝୁଲି ରହିବା ଫଳରେ ହାତୀମାନେ ବିଦ୍ୟୁତ୍ ଆଘାତର ଶିକାର ହେଉଥିବାରୁ ଏହାକୁ ରୋକିବା ପାଇଁ ୧୦ କୋଟି ଟଙ୍କାର ଯୋଜନା ଶକ୍ତି ବିଭାଗ ଜରିଆରେ କାର୍ଯ୍ୟକାରୀ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।

ସେହିପରି ହାତୀ ମାନଙ୍କର ଅବୈଧ ଶିକାର ରୋକିବା ପାଇଁ ୫୧ଟି ସ୍ୱତନ୍ତ୍ର ସ୍କ୍ୱାଡ଼ ଗଠନ କରାଯିବା ସହିତ ଅତ୍ୟାଧୁନିକ ଜିପିଏସ୍ କୌଶଳ ଦ୍ୱାରାହାତୀ ମାନଙ୍କର ଗତିବିଧି ଉପରେ ନଜର ରଖାଯିବ ।

ହାତୀ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ରାଶିକୁ ଏକ ଲକ୍ଷ ଟଙ୍କାରୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଗୃହ ନଷ୍ଟ ବାବଦ କ୍ଷତି ମଧ୍ୟ ୩୫୦୦ ଟଙ୍କାରୁ ୧୦ ହଜାରକୁ ବୃଦ୍ଧି କରାଯାଇଛି ।

ରାଜ୍ୟରେ ବର୍ତମାନ ୧୪ଟି ହସ୍ତୀପଥର କାର୍ଯ୍ୟ ଚାଲିଥିବା ବେଳେ ଏଥିପାଇଁ ପାଂଚ ବର୍ଷରେ ୫୧ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version