Site icon Odisha.com

ବରଗଡ଼: ବିଦ୍ୟୁତ୍ ସଂସ୍ପର୍ଶରେ ଦୁଇ ହାତୀଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ଅମ୍ବାଭନା ଥାନା ଅନ୍ତର୍ଗତ ଲଖନପୁର ବନ ବିଭାଗ ଅଧୀନସ୍ଥ ଏକ ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେଦୁଇଟି ହାତୀ ପ୍ରାଣ ହରାଇଥିବା ଶନିବାର ଜଣେ ଅଧିକାରୀ କହିଛନ୍ତି ।

ସେମାନଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ହାତୀ ଏବଂ ଅନ୍ୟଟି ମାଈ ହାତୀ । କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ମୃତ ହାତୀର ଦାନ୍ତ ଚୋରି ହୋଇଥିବାରୁ ଏଥିରେ ମାଫିଆଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି ବୋଲି ସେମାନେ କହିଛନ୍ତି । ଜିଲ୍ଲାର ବଡ଼ମାଳ, ଜଗଡ଼ାବେହେରା, ସନ୍ତରା, ହାତୀକୁଜା, ଲଖନପୁର ଅଞ୍ଚଳରେ ୨୫ରୁ ଉର୍ଦ୍ଧ୍ଵ ହାତୀଙ୍କ ପଲ ଦେଖିବାକୁ ମିଳିଛି ।

ହାତୀମାନେ ଅମଳ ହେବାକୁଥିବା ଧାନ ନଷ୍ଟ କରିଦେଉଥିବାରୁ ଏହାର ପ୍ରତିକାର ପାଇଁ ଲୋକମାନେ ବିଦ୍ୟୁତ୍ ତାରରୁ ହୁକ୍ ପକାଇ ଚାଷ ଜମିର ଚାରିପଟେ ବିଛାଇ ଦେଉଥିବା ସେମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version