Site icon Odisha.com

ଏବିଭିପିର ବଲାଙ୍ଗୀର ବନ୍ଦ, ଜୀବନଯାତ୍ରା ପ୍ରଭାବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ବଲାଙ୍ଗୀରରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ଦାବିରେ ଶନିବାର ଅଖିଳ ଭାରତୀୟ ବିଦ୍ୟାଥିର ପରିଷର ପକ୍ଷରୁ ଦିଆଯାଇଥିବା ୧୨ ଘଂଟିଆ ବନ୍ଦ ଡ଼ାକରା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ସହରରେ ଦୋକାନ ବଜାର, ଯାନବାହାନ ଚଳାଚଳ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ,କଲେଜ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଛି ।

ଯାନବାହାନ ଚଳାଚଳ ବନ୍ଦ ଯୋଗୁଁ ଦୁର ଦୁରାନ୍ତରରୁ ଆସିଥିବା ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯାଇନପାରି ବସଷ୍ଟାଣ୍ଡରେ ଅଟକି ରହିଛନ୍ତି ।

ପରିଷର କର୍ମୀମାନେ ଷ୍ଟେସନରେ ରେଳ ରୋକ ମଧ୍ୟ କରିଛନ୍ତି । ବିଭିନ୍ନ ସ୍ଥାନରେ ଟାୟର ଜାଳି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଅଧ୍ୟାପକ ନିଯୁକ୍ତି ସହ ମେଡ଼ିକାଲ କଲେଜ ପ୍ରତିଷ୍ଠା, ସରକାରୀ ଆୟୁର୍ବେିଦିକ କଲେଜରେ ନାମ ଲେଖା ଆଦି ବିରେଧରେ ଏହି ବନ୍ଦ ଡ଼ାକରା ଦିଆଯାଇଥିବା ପରିଷର ଜଣେ କର୍ମୀ କହିଛନ୍ତି ।

ଏହି ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବାରମ୍ବାର ଦାବି କରାଯାଇ ଆସୁଥିଲେ ମଧ୍ୟ ପ୍ରଶାସନ କିମ୍ବା ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version