ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ନୂଆପଡ଼ା,ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ନୂଆପଡା ଜିଲ୍ଲାରେ ମାଓବାଦୀମାନେ ଜଣେ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା କରିଥିବା ପୋଲିସ ରବିବାର କହିଛି ।
ସର ମହକୁମା ଠାରୁ ପ୍ରାୟ ୩୦ କି.ମି ଦୂରବର୍ତୀ ସୁନାବେଡ଼ା ଅଭୟାରଣ୍ୟ ସ୍ଥିତ ଗୌଧସ ଜଳପ୍ରପାତ ଅଂଚଳରୁ ରବିବାର ପୋଲିସ ନୂଆପଡ଼ା ବ୍ଲକ ଅଧ୍ୟକ୍ଷ ସୁନିଲ ୱୋଙ୍ଗନଙ୍କ ଶବ ଉଦ୍ଧାର କରିବା ସହ ସେଠାରେ ପଡ଼ିଥିବା ମାଓବାଦୀଙ୍କ ହାତ ଲେଖା ପୋଷ୍ଟର ଜବତ କରିଛି ।
ଘଟଣାସ୍ଥଳରୁ ମିଳିଥିବା ପୋଷ୍ଟର ।
ୱୋଙ୍ଗନ ଧରମବନ୍ଧା ଗାଁରେ ନିଜ ଘରେ ଥିବା ବେଳେ ଶନିବାର ସନ୍ଧ୍ୟାରେ କିଛି ମାଓବାଦୀ ଆସି ବୈଠକ ହେଉଥିବା କହି ତାଙ୍କୁ ଡ଼ାକି ନେଇଥିଲେ । ପରେ ସେମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।
ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ କରୁଥିବା ସହ ସେ ଜନ ବିରୋଧୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଥିବା ବେଳେ ପୋଲିସ ଚାକିରିରେ ଯୋଗ ନବୋକୁ ଧମକ ଦେଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍