ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ,ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) କଟକ ସହରର ଜଣେ ସ୍କୁଲ ଛାତ୍ରଙ୍କୁ ଟ୍ୟୁସନ୍ ରୁ ଫେରୁଥିବା ବେଳେ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି ।
ନିମସାହି ଅଞ୍ଚଳର ଦଶ ବର୍ଷ ବୟସ୍କ ଅବଦୁଲ ରେହେମାନ୍ ରବିବାର ସଂଧ୍ୟାରେ ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିବାରୁ ତାଙ୍କ ପରିବାର ପକ୍ଷରୁ ସୋମାବର ପୁରୀଘାଟ ଥାନାରେ ଏତଲା ଦିଆଯାଇଛି ।
ଜଣେ ପଡ଼ୋଶୀ ଯୁବକ ତାଙ୍କୁ ଟ୍ୟୁସନ୍ ସ୍ଥାନରେ ଛାଡ଼ିବା ଓ ଟ୍ୟୁସନ୍ ପରେ ଆଣିବାକୁ ଯାଇ ଆଉ ନଫେରିବାରୁ ସଂପୃକ୍ତ ଛାତ୍ରଙ୍କୁ ଅପହରଣ କରିନିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ପୋଲିସ କହିଛି ।
ଅବଦୁଲ ଡ଼ିପିଏସ୍ କଳିଙ୍ଗ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର । କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ବାଦଲକୁ ଅପହରଣ କରିନିଆଯାଇଥିବା ପୋଲିସ ସନ୍ଦେହ କରୁଛି ।
ଓଡ଼ିଶା ଡ଼ଟ୍ କମ୍