Site icon Odisha.com

ପୋସ୍କୋ ସଂଗ୍ରାମ ସମିତି ନେତା ଅଭୟ ସାହୁ ଗିରଫ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ନେତା ଅଭୟ ସାହୁଙ୍କୁ ପୋଲିସ ଶୁକ୍ରବାର ସଂଧ୍ୟାରେ ଗିରଫ କରିଛି ।

ସାହୁ ସିପିଆଇ ବୈଠକରେ ଯୋଗ ବୋ ପାଇଁ ଭୁବନେଶ୍ୱର ଆସୁଥିବା ବେଳେ ମଣିଜଂଗା ଅଂଚଳର ନୂଆପୋଖରୀ ନିକଟରୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ସେ ହତ୍ୟା, ହିଂସାକାଣ୍ଡ, ୁର୍ବ୍ୟବହାର ଏବଂ ଅନ୍ୟାନ୍ୟ ଅପରାଧିକ ମାମଲାରେ ସଂପୃକ୍ତ ଥିବା ପୋଲିସ କହିଛି ।

ପୂର୍ବରୁ ୧୨ ଅକ୍ଟୋବର ୨୦୦୮ରେ ଭୁବନେଶ୍ୱରରୁ ଚିକିତ୍ସିତ ହୋଇ ଫେରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ସେହି ସମୟରେ ତାଙ୍କ ନାଁରେ ୩୨ଟି ମାମଲା ରୁଜୁ ହୋଇଥିଲା ଓ ପରେ ଗତ ୨୦୦୯ ଅଗଷ୍ଟରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରାନ କରିଥିଲେ ।

“”ଅଭୟଙ୍କୁ ଗିରଫ କରି ସରକାର ପୋସ୍କୋ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରିବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ସଫଳ ହେବ ନାହିଁ । ପ୍ରକଳ୍ପକୁ ବିରୋଧ କରିବା ପାଇଁ ଶତାଧିକ ଅଭୟ ସେମାନଙ୍କ ଜୀବନ ବୋକୁ ପ୍ରସ୍ତୁତ ଅଛନ୍ତି” ସଂଗ୍ରାମ ସମିତି ସସ୍ୟ ଶିଶିର ମହାପାତ୍ର କହିଛନ୍ତି ।

ବିଭିନ୍ନ ଅପରାଧମୂଳକ କାର୍ଯ୍ୟକଳାପରେ ସଂପୃକ୍ତ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ପୋଲିସ ମୁଖ୍ୟ ଏସ୍.ବେତ୍ତ ସିଂହ କହିଛନ୍ତି । ବର୍ତମାନ ସେ ପୋଲିସ ହେପାଜତରେ ଅଛନ୍ତି ଏବଂ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version