ଭୁବନେଶ୍ୱର, ନଭେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ରିଟେଲ ବଜାରରେ ୫୧ ପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ କେନ୍ଦ୍ର ସରକାର ଦେଇଥିବା ଅନୁମତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରିଛନ୍ତି ।
ବର୍ତମାନ ରାମ୍ ବୃଦ୍ଧି ଦେଶ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ । ଏହାକୁ ନିୟନ୍ତ୍ରଣ କରିବା ପରିବର୍ତେ କେନ୍ଦ୍ର ସରକାର ବିଶେୀ ପୁଞ୍ଜି ବିନିଯୋଗ ପାଇଁ ଅନୁମତି ଦେଇଛନ୍ତି, ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାଦ୍ୱାରାକେବଳ ବଡ଼ବଡ଼ କମ୍ପାନୀ ଲାଭବାନ ହେବେ ଓ ଦେଶରେ ବାଣିଜ୍ୟ କ୍ଷେତ୍ରରେ ସେମାନେ ମନମୁଖି ଶାସନ ଚଳାଇବେ ବୋଲି ସେ କହିଛନ୍ତି ।
ଏହା ପରିବର୍ତେ ସରକାର କୃଷକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ବ୍ୟବସାୟ ବ୍ୟବସ୍ଥାକୁ ସୁୃଢ କରିବା ଉଚିତ୍ ତେବେ ରାଜ୍ୟ ସରକାର ମାନଙ୍କ ସହ ବିଚାରବିମର୍ଷ ନକରି ସରକାର ଏଭଳି ନିଷ୍ପତି ନେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍