ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି
କେନ୍ଦ୍ରାପଡ଼ା, ନଭେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲାରେ ସୋମବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୨ ଜଣ ଆହତ ହୋଇଥିବା ପୋଲିସ କହିଛି ।
ଦିଲାରପୁର ଗ୍ରାମର କେତେ ଜଣ ଲୋକ ଫକିରାବା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରିଥିବା ବେଳେ ଏହାକୁ ନେଇ ଫକିରାବା ଗ୍ରାମର ପ୍ରାୟ ୫୦ ଜଣ ଲୋକ ଏବଂ ଦିଲାରପୁର ଗ୍ରାମାବସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।
ଏହି ଘଟଣାରେ ସଂପୃକ୍ତ ଅଭିଯୋଗରେ ଆଠ ଜଣଙ୍କୁ ଗିରଫ କରିଥିବା କେନ୍ଦ୍ରାପଡ଼ା ଥାନାର ଜଣେ ଅଧିକାରୀ କହିଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ ଜିଲ୍ଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂପୃକ୍ତ ଅଂଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍