ଓଡ଼ିଶା ଡ଼ଟ୍ କମ୍:ଶୁଭ ରଂଜନ ନାଥ
ଅନୁଗୁଳ,ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍)ଗତ ତିନି ମାସ ଧରି ତାଳଚେର ଦେଇ ଯାଇଥିବା ୫୩ନମ୍ବର ଜାତୀୟ ରାଜପଥରେ ଲୁଟତରାଜ ଏବଂ ରାହାଜାନି ଚଳାଇଥିବା ମାମଲାରେ ପୋଲିସ ମଙ୍ଗଳବାର ପାଂଚ ଜଣଙ୍କୁ ଗିରଫ କରିଥିବା କହିଛି ।
ଅଭିଯୁକ୍ତମାନେ କଟକ,ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ଅଧିବାସୀ । ସେମାନଙ୍କ ମଧ୍ୟରୁ ତିନିଜଣ ତାଳଚେରର ବଲଣ୍ଡା ଅଂଚଳରେ ରହି ନିଛାଟିଆ ଜଙ୍ଗଲ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ସୁନା ଗହଣା,ଟଙ୍କା ଓ ମୋଟର ସାଇକେଲ ଲୁଟି ନେଉଥିଲେ ।ଗିରଫ ଅନ୍ୟଦୁଇଜଣ ସେମାନଙ୍କ ଠାରୁ ଚୋରା ଜିନିଷ କିଣୁଥିଲେ ।
ଓଡ଼ିଶା ଡ଼ଟ୍ କମ୍