Site icon Odisha.com

ଅଗ୍ନି-୧ର ପରୀକ୍ଷଣ ସଫଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର,ଡ଼ିସେମ୍ବ୧(ଓଡ଼ିଶା ଡ଼ଟ୍ କମ୍)ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂସ୍ଥାନ (ଡ଼ିଆର୍ଡ଼ିଓ)ପକ୍ଷରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର “ଅଗ୍ନି-୧” ର ଭଦ୍ରକ ଜିଲ୍ଲା ଧାମରା ନିକଟ ହ୍ୱିଲର ଦ୍ଵୀପରୁ ବ୍ୟବହାରିକ ଉପଯୋଗୀ ପରୀକ୍ଷଣ ସଫଳ ହୋଇଛି ।

ଏହା ଚାରି ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ପରୀକ୍ଷା କରାଯାଇଛି । ଭାରତର ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି ବିଚାର କରାଯାଉଥିବା ଏହି କ୍ଷେପଣାସ୍ତ୍ରକୁ ୧୯୮୯ ମସିହାରେ ପ୍ରଥମ ଥର ପାଇଁ ଚାନ୍ଦିପୁରରୁ ପରୀକ୍ଷା କରାଯାଇଥିଲା ।

ସଂପୂର୍ଣ୍ଣଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏହି କ୍ଷେପଣାସ୍ତ୍ରର ଲମ୍ବ ୧୫ମିଟର, ଓସାର ୧ମିଟର ରହିଛି । ଏହି ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ହେଉଛି ୭୦୦ କିଲୋମିଟରରୁ ୯୦୦କିଲୋମିଟର ।

ଏହାର ବାର ହଜାର କିଲୋଗ୍ରାମ୍ ଓଜନ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରହିଛି । ଏହି ପରୀକ୍ଷଣ ସମୟରେ ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଠ ବୈଜ୍ଞାନିକ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version