Site icon Odisha.com

ଖୁଚୁରା ବଜାରରେ ବିଦେଶୀ ପୁଂଜିକୁ ବିରୋଧ କରି ବନ୍ଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର୧(ଓଡ଼ିଶା ଡ଼ଟ୍ କମ୍)ଖୁଚୁରା ବଜାରରେ ବିଦେଶୀ ପୁଂଜି ନିବେଶକୁ ବିରୋଧ କରି ସାରା ରାଜ୍ୟରେ ଅଧିକାଂଶ ବ୍ୟବସାୟୀ ସଂଘ ପକ୍ଷରୁ ଗୁରୁବାର ଦୋକାନ ବଜାର,ବ୍ୟବସାୟୀ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି ।

ଭାରତୀୟ ଖୁଚୁରା ବଜାରରେ ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶ ହେଲେ ଖୁଚୁରା ବଜାର ଉପରେ
ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିର୍ଭର କରୁଥିବା ପ୍ରାୟ ଚବିଶି କୋଟି ଲୋକ କାମ ହରାଇବେ ବୋଲି
ନିଖିଳ ଓଡ଼ିଶା ରାସ୍ତା ପାଶ୍ୱର୍ ଉଠା ଦୋକାନୀ ମହାସଂଘ ପକ୍ଷରୁ କୁହାଯାଇଛି ।

ଏହି ପୁଂଜି ନିବେଶ ଯୋଗୁଁ ଆମ ରାଜ୍ୟରେ ଥିବା ପ୍ରାୟ ଚାରି ଲକ୍ଷରୁ ଅଧିକ ଉଠା ଦୋକାନୀ ଜୀବିକା ହରାଇବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ଏଥିସହ ଓଡ଼ିଶାରେ ଏଫ୍ଡ଼ିଆଇ କାର୍ଯ୍ୟକାରୀ କରାଇ ଦିଆଯିବ ନାହିଁ ବୋଲି ମହାସଂଘ ସଭାପତି ପ୍ରତାପ ସାହୁ କହିଛନ୍ତି ।

ଏହି ବନ୍ଦକୁ ସମର୍ଥନ ଜଣଇ ଆମ ରାଜ୍ୟର ସବୁଠାରୁ ବଡ଼ବ୍ୟବସାୟ ବଜାର ମାଲଗେ।ଦାମ ମଧ୍ୟ ବନ୍ଦ ରହିଛି । ମାଣବସା ଗୁରୁବାର ଯୋଗୁଁ ପୂଜା ପାଇଁ ଆବଶ୍ୟକ ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ କିଣି ନ ପାରି ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଓଡ଼ିଶା ଡ଼ଟ୍ କମ

Exit mobile version