Site icon Odisha.com

ଭ୍ରାମ୍ୟମାଣ ପଶୁ ଚିକିତ୍ସାକେନ୍ଦ୍ର କରିବାରେ ଓଡ଼ିଶା ପ୍ରଥମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ଭ୍ରାମ୍ୟମାଣ ପଶୁ ଚିକିତ୍ସା କେନ୍ଦ୍ର ଏବଂ ପଶୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଆରମ୍ଭ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ଏବଂ ଏହି କାର୍ଯ୍ୟକ୍ରମ କେବିକେ ଅଂଚଳର ଲୋକଙ୍କ ମଧ୍ୟରେ ଆର ଲାଭ କରିଛି ବୋଲି ଏକ ସମୀକ୍ଷା ବୈଠକରେ କୁହାଯାଇଛି ।

ଝାଡ଼ଖଣ୍ଡ ଓ ଛତିଶଗଡ଼ ସରକାର ସେମାନଙ୍କ ରାଜ୍ୟରେ ଅନୁରୂପ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟକାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁହାଯାଇଛି ।

ଭ୍ରାମ୍ୟମାଣ ପଶୁ ଚିକିତ୍ସା କେନ୍ଦ୍ର ଜରିଆରେ ଦୁର୍ଗମ ଅଂଚଳର ଚାଷୀ ମାନଙ୍କ ଘର ପାଖରେ ଗାଈଗୋରୁଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ବର୍ତମାନ ସୁଦ୍ଧା ୪୧ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଜାରି ରହିଛି । ବର୍ଷକୁ ଦୁଇ ଥର ଏବଂ ନିର୍ଦ୍ଧିଷ୍ଟଦିନରେ ଏହି ସୁବିଧା ଯୋଗାଇ ଦିଆଯାଉଥିବାରୁ ଚାଷୀମାନେ ବିଶେଷ ଉପକୃତ ହୋଇପାରୁଛନ୍ତି ।

ଗତ ଜୁଲାଇ ୧୦ରେ କେବିକେ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲାରେ ଭ୍ରାମ୍ୟମାଣ ପଶୁ ଚିକିତ୍ସା କେନ୍ଦ୍ର ଏବଂ ପଶୁ ଚିକିତ୍ସା ଶିବିର ଆରମ୍ଭ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version