ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ରାଉରକେଲା ଇସ୍ପାତ କାରଖାନାର ଆଧୁନିକୀକରଣ କାର୍ଯ୍ୟରେ ଗତ ଦୁଇଦିନରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ଏଭଳି ଘଟଣା ପୁନର୍ବାର ନଘଟିବା ପାଇଁ ପଦକ୍ଷେପ ନେବାକୁ ସେ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କୁ ପତ୍ରଲେଖି ଦ।ବି କରିଛନ୍ତି ।
ସେଲ ହେଉଛି ଦେଶର ବୃହତମ ଇସ୍ପାତ ଉତ୍ପାଦନକାରୀ ଓ ଏହା ଏକ ମହାରତ୍ନ କମ୍ପାନୀ, ତେଣୁ ଏଠାରେ ସୁରକ୍ଷାର ମାନ ବିଶ୍ୱସ୍ତରୀୟ ହେବା ଆବଶ୍ୟକ । ଶ୍ରମିକ ମାନଙ୍କ ସୁରକ୍ଷା ସହିତ କୌଣସି ସାଲିସ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ବେଣୀପ୍ରସାଦ ବର୍ମାଙ୍କୁ ଲେଖିଥିବା ପତ୍ରରେ ସେ ଦର୍ଶାଇଛନ୍ତି ।
ଭବିଷ୍ୟତରେ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ସେଫ୍ଟି ଷ୍ଟାଣ୍ଡାର୍ଡ଼କୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ ଦ।ବି କରିଛନ୍ତି ।
ଏହାସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକ ମାନଙ୍କ ନିକଟତମ ଆତ୍ମୀୟମାନେ ଯେଭଳି ପର୍ଯ୍ୟାପ୍ତ କ୍ଷତିପୂରଣ ପାଇବେ ଏବଂ ଆହତ ବ୍ୟକ୍ତି ଉପଯୁକ୍ତ ଚିକିତ୍ସା ପାଇବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଟ୍ଟନାୟକ ଅନୁରୋଧ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍