Site icon Odisha.com

୧୭୫୪୩ ଶିକ୍ଷାସହାୟକ ନିୟୋଜିତ ପାଇଁ ନିଷ୍ପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୧୭୫୪୩ ଜଣ ଶିକ୍ଷା ସହାୟକଙ୍କୁ ନିୟୋଜିତ କରିବା ପାଇଁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

ଏ ବିଷୟରେ ଜିଲ୍ଲା ସ୍ତରରେ ଖୁବ୍ଶୀଘ୍ର ବିଜ୍ଞାପନ ପ୍ରକାଶ କରିବା ପାଇଁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି ।

ଏ ସଂକ୍ରାନ୍ତୀୟ ବିଜ୍ଞାପନ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ପ୍ରକାଶ କରିବେ ଏବଂ ସେମାନଙ୍କ ଅଧିନରେ ଥିବା ଶିକ୍ଷା ଜିଲ୍ଲା ଗୁଡ଼ିକର ଆବଶ୍ୟକତା ଅନୁଯାୟୀ ଶିକ୍ଷାସହାୟକ ନିଯୁକ୍ତ କରାଯିବ ।

ଛୋଟଛୋଟ ପିଲା ମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷ।ଦ।ନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ତଦାନୁଯାୟୀ ଉର୍ଦ୍ଦୁ, ତେଲୁଗୁ ଓ ବଙ୍ଗାଲୀ ଭାଷାଭାଷୀ ପିଲାଙ୍କ ପାଠପଢାରେ ସୁବିଧା ପାଇଁ ସଂପୃକ୍ତ ଶିକ୍ଷାସହାୟକ ମଧ୍ୟରୁ ସେହି ଭାଷା ଜାଣିଥିବା ଶିକ୍ଷାସହାୟକଙ୍କୁ ଆବଶ୍ୟକ ଅନୁଯାୟୀ ନିୟୋଜିତ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version