ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ଉମରକୋଟ ନିର୍ବାଚନମଣ୍ଡଳୀର ନବ ନିର୍ବାଚିତ ବିଜେଡ଼ି ବିଧାୟକ ସୁବାସ ଗଣ୍ଡ ବୁଧବାର ବିଧାନସଭା ପରିସରରେ ଶପଥ ଗ୍ରହଣ କରିଛନ୍ତି ।
ବାଚସ୍ପତି ପ୍ରଦୀପ ଅମାତ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ୯ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ଗଣ୍ଡ ଏହି ଅଧିବେଶନରେ ପ୍ରଥମ ଥର ନୂତନ ବିଧାୟକ ଭାବେ ଯୋଗ ଦେବେ ।
ମନ୍ତ୍ରୀମଣ୍ଡଳର କେତେକ ସଦସ୍ୟ ତଥା ଉମରକୋଟରୁ ଆସିଥିବା ତାଙ୍କ ସମର୍ଥକମାନେ ଏହି ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍