Site icon Odisha.com

ଆଇପିଏସ୍ ସ୍ତରରେ ଅଦଳବଦଳ,ଅରୁଣ ଷଡ଼ଙ୍ଗୀ ଆଇଜି ପ୍ରଶିକ୍ଷଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଆଇପିଏସ୍ ଅଫିସର ସ୍ତରରେ ଅଦଳବଦଳ କରିଥିବା ବେଳେ ଆଇନଶୃଙ୍ଖଳା ଆଇଜି ଥିବା ଅରୁଣ ଷଡ଼ଙ୍ଗୀଙ୍କୁ ଆଇଜି ପ୍ରଶିକ୍ଷଣ ତଥା ପୋଲିସ ଏକାଡ଼େମୀର ଅଧ୍ୟକ୍ଷ (ଅତିରିକ୍ତ ଦାୟିତ୍ୱ)ଭାବେ ଅବସ୍ଥାପିତ କରିଛନ୍ତି ।

ସେହିପରି କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିବା ପରେ ୧୯୮୭ ବ୍ୟାଚ୍ ର ସୁନୀଲ ରାୟଙ୍କୁ ଆଇନଶୃଙ୍ଖଳା ଆଇଜି, ଘରୋଇ ବିଭାଗର ସ୍ୱତନ୍ତ୍ର ସଚିବ ୧୯୯୧ ବ୍ୟାଚ୍ ର ଦେବାଶିଷ ପାଣିଗ୍ରାହୀଙ୍କୁ ମୁଖ୍ୟାଳୟରେ ଆଧୁନିକୀକରଣ ଆଇଜି ଭାବେ ଅବସ୍ଥାପିତ କରାଯାଇଛି ।

ଉତରାଞ୍ଚଳ ରେଞ୍ଜ ଆଇଜି ଥିବା ୧୯୯୨ ବ୍ୟାଚ୍ ର ଲଳିତ ଦାସଙ୍କୁ ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

ବାଲିଗୁଡ଼ା ଏସ୍ଡ଼ିପିଓ ଆର୍.ପ୍ରକାଶଙ୍କୁ ବଲାଙ୍ଗୀର ଏସ୍ପି ଓ ମାଲକାନଗିରି ଏଏସ୍ପି ଉମାଶଙ୍କର ଦାସଙ୍କୁ ନୂଆପଡ଼ା ଏସ୍ପି ଭାବେ ବଦଳି କରାଯାଇଛି ।

ସେହିପରି ବରିଷ୍ଠ ଓ.ପିଏସ୍ ପି.ଆର.ମହାନ୍ତିଙ୍କୁ କଟକ ଗ୍ରାମାଞ୍ଚଳ ଏସ୍.ପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଅବିନାଶ କୁମାରଙ୍କୁ ଏସ୍ଓଜି କମାଣ୍ଡାଣ୍ଟ, କେଏସ୍ କୱାରଙ୍କୁ ରେଳବାଇ ଏସ୍ପି ରାଉରକେଲା, ସଞ୍ଜୟ କୌଶଲଙ୍କୁ ଛତ୍ରପୁର ୮ମ ବାଟାଲିୟାନ୍ କମାଣ୍ଡାଣ୍ଟ ଭାବେ ଅବସ୍ଥାପିତ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version