ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ରାୟଗଡ଼ା, ଡ଼ିସେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ରାୟଗଡା.ଜିଲ୍ଲାରେ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ପୋଲିସ ମଙ୍ଗଳବାର ଜବତ କରିଛି ।
ଚନ୍ଦ୍ରପୁର ଥାନା ଅନ୍ତର୍ଗତ ସିତାଗୁଡି ଜଙ୍ଗଲର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ସେମାନେ ମାଟି ତଳେ ପୋତି ରଖିଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଥିବା ଏସ୍ପି ଅନୂପ କ୍ରୀଷ୍ଣା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଗତ ୧୧ ଓ ୧୨ତାରିଖ ଦୁଇଦିନ ଧରି ଉକ୍ତ ଜଙ୍ଗଲରେ ଚଢାଉ କରିବା ପରେ ମାଟି ତଳେ ପୋତା ହୋଇଥିବା ୫ଟି ହେଣ୍ଡ ଗ୍ରେନେଡ ,ତାର, ୬ଟି ପ୍ରେସର ବମ୍, ୬ଟି ଡିଟୋନେଟର, ୧୫ଟି
ଲ୍ୟାଣ୍ଡମାଇନ, ଲ୍ୟାଣ୍ଡମାଇନ ତିଆରି ପାଇଁ ବ୍ୟବହୃତ ଟିଫିନ ଓ ୬ଟି ବନ୍ଧୁକ ଜବତ କରାଯାଇଥିବା ସେ କହିଛନ୍ତି ।
ଗତ ଦୁଇ ମାସ ତଳେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀ ସଂଗଠନର ସକ୍ରିୟ ସଦସ୍ୟ ମିନା ପାଲକାର ସୂଚନା ଅନୁଯାୟୀ ଏକ ଦଳ ଚଢାଉ ଜାରି ରଖିଥିଲା ।
ଓଡ଼ିଶା ଡ଼ଟ୍ କମ୍