Site icon Odisha.com

ପୋସ୍କୋ ପ୍ରସଙ୍ଗ ଉଠାଇବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପତ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରେ ଦେଖାଦେଇଥିବା ଅରାଜକତା ପ୍ରସଙ୍ଗ ଉପସ୍ଥାପନ କରିବା ପାଇଁ ଓଡ଼ିଶାର ବିଜେପି ସାଂସଦ ରୁଦ୍ର ନାରାୟଣ ପାଣି ରାଜ୍ୟସଭା ଅଧ୍ୟକ୍ଷ ହମି୍ଦ ଆନ୍ସାରୀଙ୍କ ଅନୁମତି ଲୋଡ଼ିଛନ୍ତି ।

ପର୍ଯ୍ୟାବରଣ, କୃଷି ଏପରିକି ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ପ୍ରସ୍ତାବିତ ପ୍ରକଳ୍ପକୁ ସ୍ଥାନାନ୍ତରିତ କରାଯିବା ପାଇଁ ଉଲ୍ଲେଖ କରି ଏହି ସଂପର୍କରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ଉଚିତ୍ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।

ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଚପାଇ ଦେବା ପାଇଁ ରାଜ୍ୟ ସରକାର ଅତ୍ୟାଚାର କରୁଥିବା ସେ ପତ୍ରରେ ଦର୍ଶାଇଛନ୍ତି ।

ଗତ ବୁଧବାର ସଂପୃକ୍ତ ଅଞ୍ଚଳରେ ସଂଘର୍ଷରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାସହ ୨୫ ଜଣ ଆହତ ହୋଇଥିବାରୁ ଏହି ପ୍ରସଙ୍ଗ ଉଠାଇବାକୁ ଶୁକ୍ରବାର ସେ ଅଧ୍ୟକ୍ଷଙ୍କ ଅନୁମତି ଲୋଡ଼ିଥିବା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version