ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ମେକ୍ସିକୋର ବିଶିଷ୍ଟ ବୈଜ୍ଞାନିକ ଡ. ରେନେ ରାଉଲଡ୍ରକର ୨୦୧୧ ପାଇଁ ୟୁନେସ୍କୋ କଳିଙ୍ଗ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।
ଆସନ୍ତା ଜାନୁୟାରୀ ୩ ତାରିଖ ଭୁବନେଶ୍ୱରରେ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି ପୁରସ୍କାର ପ୍ରଦାନ କରିବେ ବୋଲି ଶନିବାର କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି ।
ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ସ୍ୱର୍ଗତ ବିଜୁ ପଟ୍ଟନାୟକ ୧୯୫୧ରେ ଏହି ପୁରସ୍କାର ପ୍ରତିଷ୍ଠା କରିଥିଲେ । ୧୯୫୨ରୁ ୨୦୦୯ ମଧ୍ୟରେ ବିଶ୍ୱର ୨୩ଟିଶେର ୬୫ଜଣ ବୈଜ୍ଞାନିକ ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏହା ପ୍ରଦାନ କରାଯାଇଛି ।
ପୂର୍ବରୁ ଏହାର ନାମ କଳିଙ୍ଗ ପୁରସ୍କାର ରଖାଯାଇଥିଲା ଏବଂ ପରେ ଏହାକୁ ପରିବର୍ତନ କରି ‘ୟୁନେସ୍କୋ କଳିଙ୍ଗ ପୁରସ୍କାର’ କରାଗଲା । ସେହିିନ ଠାରୁ ପ୍ରତିଦୁଇବର୍ଷରେ ଏହା ପ୍ରଦାନ କରାଯାଇଆସୁଛି ।
ପ୍ରଥମେ ପୁରସ୍କାର ବାବଦ ଅର୍ଥରାଶି ୧ ହଜାର ପାଉଣ୍ଡ ଥିବା ବେଳେ ପରେ ୨୦୦୨ରୁ ଏହାକୁ ୨ହଜାର ପାଉଣ୍ଡକୁ ବୃଦ୍ଧି କରାଯାଇଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।
ଡ଼ଃ ଡ଼୍ରେକର ୟୁନେସ୍କୋ-କଳିଙ୍ଗ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ବିଜ୍ଞାନର ଉତ୍କର୍ଷ ତଥା ଏହାର ଲୋକପ୍ରିୟତା ପାଇଁ ଡ଼୍ରେକରଙ୍କ ଭୂମିକା ଉଲ୍ଲେଖନୀୟ ଏବଂ ଏହି ପୁରସ୍କାର ତାଙ୍କ ପ୍ରତିଭାର ଏକ ସମ୍ମାନସ୍ପ ସ୍ୱୀକୃତି ବୋଲି ମୁଖ୍ୟମନ୍ତ୍ରୀ ଏକ ବାର୍ତାରେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍