ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ବଂଶୀବାକ ପଣ୍ଡିତ ହରିପ୍ରସାଦ ଚୌରାସିଆ ସମ୍ମାନଜନକ କେନ୍ଦ୍ର ସଂଗୀତ ନାଟକ ଏକାଡ଼େମୀ ରତ୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।
ଏହାସହ ଓଡ଼ିଶୀ ସଂଗୀତ ପାଇଁ ଗୁରୁ ଗୋପାଳ ପଣ୍ଡା ଏବଂ ଓଡ଼ିଶୀ ନୃତ୍ୟ ପାଇଁ ରାମ୍ଲୀ ଇବ୍ରାହିମ୍ଙ୍କୁ ଏକାଡ଼େମୀ ପୁରସ୍କାର ପ୍ରଦାନ କରାଯିବ ।
ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର ସଂଗୀତ ନାଟକ ଏକାଡ଼େମୀ ପକ୍ଷରୁ କୁହାଯାଇଛି ।
କଳା ସଂଗୀତ ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ୧୧ ଜଣଙ୍କୁ ଏକାଡ଼େମୀ ରତ୍ନ ପୁରସ୍କାର ଓ ସଂଗୀତ, ନାଟକ ଓ ଲୋକ କଳା କ୍ଷେତ୍ରରେ ଅବଦାନ ପାଇଁ ୩୬ ଜଣଙ୍କୁ ଏକାଡ଼େମୀ ପୁରସ୍କାର
ପ୍ରଦାନ କରାଯିବ ।
ଏକାଡ଼େମୀ ରତ୍ନ ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ତିନି ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି, ଅଙ୍ଗବସ୍ତ୍ର ଓ ତାମ୍ର ଫଳକ ପ୍ରଦାନ କରାଯିବ ।
ସେହିପରି ଓଡ଼ିଶୀ ନୃତ୍ୟ ଓ ସଂଗୀତ ପାଇଁ ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା ଓ ତାମ୍ର ଫଳକ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ ।
ଓଡ଼ିଶା ଡ଼ଟ୍ କମ୍