ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଡ଼ିସେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ଓଡିଶାର ଜଙ୍ଗଲ ସମ୍ପଦର ସୁରକ୍ଷା, ଏହାର ସୁପରିଚାଳନା ତଥା ବିକାଶ ବିଷୟବସ୍ତୁ ଉପରେ ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଓଡିଶା ପରିବେଶ କଂଗ୍ରେସ ଅନୁଷ୍ଠିତ ହେବ ।
ରାଜ୍ୟ ସରକାରଙ୍କର ଜଙ୍ଗଲ ଓ ପରିବେଶ ବିଭାଗ ସହାୟତାରେ ହ୍ୟୁମ୍ୟାନ ଡେଭେଲପ୍ମେଂଟ ଫାଉଣ୍ଡେସନ୍, ସିଇଡି ଓ ଆଂଚଳିକ ପ୍ରାକୃତିକ ଇତିହାସ ସଂଗ୍ରାହାଳୟର ମିଳିତ ଉଦ୍ୟମରେ ଏହାର ଆୟୋଜନ କରାଯାଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଭାରତ ସରକାରଙ୍କ ଜଙ୍ଗଲ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ମୁଖ୍ୟବକ୍ତା ଭାବରେ ଯୋଗଦେବେ ।
ଜୟଦେବ ଭବନ ଠାରେ ପୂର୍ବାହ୍ନ ୧୦ରେ ପରିବେଶ କଂଗ୍ରେସର ଉ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ ।
ଓଡ଼ିଶା ଡ଼ଟ୍ କମ୍