ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଡ଼ିସେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ମରୁଡ଼ି ଘୋଷଣା ସହ ବିଭିନ୍ନ ଦ।ବିରେ ବରଗଡ଼ ଜିଲ୍ଲା ପ୍ମପୁରରେ ଚାଷୀ ସମାବେଶ ଅନୁଷ୍ଠିତ ହୋଇଛି ।
ପଦ୍ମପୁର ଉପଖଣ୍ଡରେ ପଶ୍ଚିମ ଓଡ଼ିଶା କୃଷକ ସଂଘ ପକ୍ଷରୁ ଅନୁଷ୍ଠିତ ସମାବେଶରେ ପ୍ରାୟ ଦଶ ହଜାରରୁ ଅଧିକ ଚାଷୀ ର୍ୟାଲି ଓ ବିକ୍ଷୋଭ କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୮ଦଫା ଦ।ବି ପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।
ଝାରବନ୍ଧ,ଗାଇସିଲେଟ୍,ସୋହେଲା,ପାଇକମାଳ,ପ୍ମପୁର,ବିଜେପୁର ଅଂଚଳର ଚାଷୀମାନେ ଉପଖଣ୍ଡର ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଦେବା, ମରୁଡ଼ିର ସ୍ଥାୟୀ ପ୍ରତିକାର, ତୃଟିପୂର୍ଣ୍ଣ ଜଳବାୟୁ ଭିତିକ ଶସ୍ୟବୀମାର ଉଛେଦ ପାଇଁ ସେମାନେ ଦ।ବି କରିଛନ୍ତି ।
ରାଷ୍ଟ୍ରୀୟ କୃଷିବୀମା ପ୍ରଚଳନ,ଏକର ପିଛା ୨୫ବସ୍ତା ଧାନ ବିକ୍ରି ପରିଚୟ ପତ୍ର,ବିନା ସୁଧରେ କୃଷିଋଣ, ସମସ୍ତ ଚାଷୀ ବକେୟା ବିଦ୍ୟୁତ୍ ଛାଡ଼, କୃଷି ପାଇଁ ମାଗଣା ବିଦ୍ୟୁତ୍ ଯୋଗାଣ,କୃଷି ଯନ୍ତ୍ରପାତିରେ କରଛାଡ଼, ୫୦ବର୍ଷରୁ ଉଦ୍ଧ୍ୱର୍ ଚାଷୀଙ୍କୁ ୫ହଜାର ଟଙ୍କା ଲେଖାଏଁ ଭତ୍ତା ଆଗାମୀ ଫସଲ ପର୍ଯ୍ୟନ୍ତ ଚାଷୀ ପରିବାରଙ୍କୁ ୫୦ କେଜି ଚାଉଳ ଯୋଗାଣ ଇତ୍ୟାଦି ଦ।ବି ସମ୍ବଳିତ ପତ୍ର ଉପଜିଲ୍ଲାପାଳ ଦେବେନ୍ଦ୍ର ପ୍ରସାଦ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି ।
ଏହାସହ ଦ।ବିପତ୍ର ଦେବାକୁ ଆସିଥିବା ୬ଟି ବ୍ଲକର ଚାଷୀନେତାମାନେ ସେମାନଙ୍କ ଅଂଚଳର ବିଭିନ୍ନ ସମସ୍ୟା ଉପରେ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।
ଆଠ ଦଫା ଦ।ବି ସହ ସରକାର ସମସ୍ୟାର ସମାଧାନ ନକଲେ ଆଗାମୀ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଆହ୍ୱାନ ଦେଇଥିଲେ ।
ସମାବେଶରେ ଚାଷୀନେତା ସାନନ୍ଦ ପୂଝାରୀ,ଜୟକୃଷ୍ଣ ସାହୁ,ନଳିନୀ ଗଡ଼ତିଆ,ହାରାଧନ ଭୋଇ, ବାଂଛାନିଧି ସାହୁ, ବିନୋଦ ପାଣିଗ୍ରାହୀ, ସରୋଜ ବିହାର, ଯୁମଣି ପଟେଲ, ସଂକୁନ୍ତଳା ମହାପାତ୍ର, ହଜାରୁ ମଲ୍ଲିକ ପ୍ରମୂଖ ଉ୍ବୋଧନ ଦେଇଥିଲେ ।
ଗତ ଦୁଇ ମାସ ତଳେ ସଂଘ ପକ୍ଷରୁ ସୋହେଲା ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇ ସରକାରଙ୍କୁ ଦ।ବିପତ୍ର ଦେଇଥିବା ସତ୍ୱେ ଗୋଟିଏ ବି ଦ।ବି ପୂରଣ ହୋଇନଥିବା ନେଇ ସେମାନେ ସରକାରଙ୍କୁ ଚେତାବନୀ ଦେବା ସହ ସରକାରୀ କର୍ମଚାରୀଙ୍କ ଗ୍ରାମ୍ୟ ପ୍ରବେଶ ନିଷେଧ କରାଯିବା ପାଇଁ ଆହ୍ୱାନ ଦେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍