Site icon Odisha.com

ହତ୍ୟା ଅଭିଯୁକ୍ତଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ଏକ ହତ୍ୟା ମାମଲାର ବିଚାର କରି ସ୍ଥାନୀୟ ଆଲତ ଗୁରୁବାର ଦୁଇ ଜଣ ଅଭିଯୁକ୍ତଙ୍କୁ ସାତ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଫାଷ୍ଟଟ୍ରାକ କୋର୍ଟ ଦ୍ୱିତୀୟ ବିଚାରପତି ପ୍ରଦ୍ୟୁମ୍ନ କୁମାର ନାୟକ ଗତ ୨୦୦୯ ମସିହାରେ ତିହିଡ଼ି ଥାନା ଅଞ୍ଚଳରେ ଜମିଜମା ଗଣ୍ଡଗୋଳକୁ ନେଇ ଘଟିଥିବା ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଏହି ଦଣ୍ଡାଦେଶ କରିଥିବା ଜଣେ ଆଇନଜୀବୀ କହିଛନ୍ତି ।

ବାଲିଚତୁରୀ ଗ୍ରାମର ଭାସ୍କର ମଳିକ ଓ ତାଙ୍କ ପୁତ୍ର ନିତ୍ୟାନନ୍ଦ ମଲିକଙ୍କ ପରିବାର ସହ ସେହି ଗ୍ରାମର ମନମୋହନ ମଲିକ ଓ ଧନେଶ୍ୱର ମଲିକ ଦୁଇ ଭାଇଙ୍କର ଦୀର୍ଘଦିନରୁ ଜମିଜମା ଗଣ୍ଡଗୋଳକୁ ନେଇ
ବିବାଦ ଲାଗି ରହିଥିଲା ।

ତେବେ ଗତ ୨୦୦୯ ମେ’ ୧୮ତାରିଖରେ ସେହି ଜମି ବିବାଦକୁ ନେଇ ଉଭୟ ପରିବାରଙ୍କ ମଧ୍ୟରେ ପ୍ରଥମେ ବଚ୍ଚସା ଓ ପରେ ସଙ୍ଘର୍ଷ ହାଇଥିଲା ।

ଫଳରେ ମନମୋହନ ଓ ଧନେଶ୍ୱରଙ୍କ ଆକ୍ରମଣରେ ଭାସ୍କର ଓ ନିତ୍ୟାନନ୍ଦ ଗୁରୁତର ଆହତ ହୋଇ କଟକ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ ଏବଂ ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣାରେ ଭାସ୍କରଙ୍କ ପତ୍ନୀଙ୍କ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲା ଏବଂଦୁଇଭାଇଙ୍କୁ ପୋଲିସ ଗିରିଫ କରି କୋର୍ଟଚାଲାଣ କରିଥିଲା । ସେହିଦିନ ଠାରୁ ଉଭୟ ଭାଇ ଭଦ୍ରକ ଜେଲ୍ ରେ ବିଚାରାଧିନ ବନ୍ଦୀ ଭାବେ ରହି ଆସୁଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version