Site icon Odisha.com

ହୋମିଓପାଥିକ,ଆର୍ୟୁବେିକ ହାଉସସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଚାରୋଟି ସରକାରୀ ହୋମିଓପାଥିକ ଓ ତିନୋଟି ଆର୍ୟୁବେଦିକ୍ କଲେଜରେ କାର୍ଯ୍ୟରତ ହାଉସସର୍ଜନଙ୍କ ଷ୍ଟାଇପେଣ୍ଡ ଗୁରୁବାର ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ।

ଅଭିନ୍ନଚନ୍ଦ୍ର ରାୟ ହୋମିଓପାଥିକ କଲେଜ ଭୁବନେଶ୍ୱର, ଉକ୍ରଳମଣି ହୋମିଓପାଥିକ କଲେଜ ରାଉରକେଲା, ବିଜୁ ପଟ୍ଟନାୟକ ହୋମିଓପାଥିକ କଲେଜ ବ୍ରହ୍ମପୁର ଓ ସମ୍ବଲପୁର ଠାରେ ଓଡିଶା ମେଡିକାଲ କଲେଜ ଅଫ୍ ହୋମିଓପାଥିକ ଆଣ୍ଡ ରିସର୍ଚ୍ଚରେ କାର୍ଯ୍ୟରତ ୧୦୦ ଜଣ ହାଉସ ସର୍ଜନ ଏହି
ବର୍ଦ୍ଧିତ ଷ୍ଟାଇପେଣ୍ଡ ପାଇବେ ।

ପୂର୍ବରୁ ଏମାନେ ଷ୍ଟାଇପେଣ୍ଡ ବାବଦ କୁ ମାସକୁ ୫୦୦୦ ଟଙ୍କା ପାଉଥିଲେ । ଷ୍ଟାଇପେଣ୍ଡ ବୃଦ୍ଧି କରିବାକୁ ସେମାନେ ବାରମ୍ବାର ଦ।ବି କରିଆସୁଥିଲେ ।

ସେହିପରି ଗୋପବନ୍ଧୁ ଆର୍ୟୁବେିକ ମହାବ୍ୟିାଳୟ ପୁରୀ, ସରକାରୀ ଆର୍ୟୁବେଦିକ ମହାବିଦ୍ୟାଳୟ ବଲାଙ୍ଗିର ଏବଂ ଗଞ୍ଜାମ ଜିଲ୍ଲାରେ ଥିବା କେଏଟିସର ୯୦ ଜଣ ହାଉସସର୍ଜନ ମଧ୍ୟ ଏହି ବର୍ଦ୍ଧିତ ଷ୍ଟାଇପେଣ୍ଡ ପାଇବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ହାଉସ ସର୍ଜନ ମାନଙ୍କ ଷ୍ଟାଇପେଣ୍ଡ ରାଶି ୨୫୦୦ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ହାଉସସର୍ଜନ ମାନେ ବର୍ତମାନ ମାସିକ ୭୫୦୦ ଟଙ୍କା ପାଇବେ ।

ଏହାଦ୍ୱାରା୧୯୦ ଜଣ ହାଉସସର୍ଜନ ଉପକୃତ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version