ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଖାଲିଥିବା ଡାକ୍ତର ପଦବି ପୂରଣ ପାଇଁ ସରକାର ଆଡ୍ହକ୍ ନିଯୁକ୍ତି ପ୍ରକ୍ରିୟା ପୁନଃପ୍ରଚଳନ କରିଥିବା ବେଳେ ଗୁରୁବାର ୧୫୩ ଜଣ ଡାକ୍ତରଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରିଛନ୍ତି ।
ଏହି ନିଯୁକ୍ତିକୁ ମିଶାଇ ଚଳିତ ମାସରେ ୩୫୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ଗତ ୧୫ ତାରିଖରେ ବିଭିନ୍ନ ଜିଲ୍ଲାରେ ୧୯୭ଜଣ ଡ଼ାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା |
୧୫୩ ଜଣଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରେ ୮ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୩ ଜଣ, ବରଗଡ ଜିଲ୍ଲାରେ ୪ ଜଣ, ଭଦ୍ରକ ଜିଲ୍ଲାରେ ୭ ଜଣ,ବଲାଙ୍ଗିର ଜିଲ୍ଲାରେ ୨ ଜଣ, ବୌଦ୍ଧ ଜିଲ୍ଲାରେ ୨ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।
କଟକ ଜିଲ୍ଲାରେ ଜଣଙ୍କୁ , ବେଗଡ ଜିଲ୍ଲାରେ ୪ଜଣ,ଢେଙ୍କାନାଳ ଜିଲ୍ଲାରେ ୬ ଜଣ, ଜଗତସିଂହପୁର ଜିଲ୍ଲାରେ ୫ ଜଣ, ଯାଜପୁର ଜିଲ୍ଲାରେ ୮ ଜଣ, ଝାରସୁଗୁଡା ଜିଲ୍ଲାରେ ୭ ଜଣ, କଳାହାଣ୍ଡି ଜିଲ୍ଲାରେ ୮ ଜଣ, କନ୍ଧମାଳ ଜିଲ୍ଲାରେ ୧୧ ଜଣ, କେନ୍ଦ୍ରାପଡା ଜିଲ୍ଲାରେ ୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।
ସେହିପରି କେନ୍ଦୁଝର ଜିଲ୍ଲାରେ ୪ ଜଣ, ଖୋର୍ଦ୍ଧାରେ ଜଣେ, କୋରାପୁଟରେ ୧୧ ଜଣ, ମାଲକାନଗିରି ଜରେ ୭ ଜଣ,ମୟୁରଭଞ୍ଜରେ ୨ ଜଣ , ନବରଙ୍ଗପୁରରେ ୧୪ ଜଣ, ନୟାଗଡରେ ୯ ଜଣ,ନୂଆପଡା ରେ ୫ ଜଣ, ପୁରୀରେ ୪ ଜଣ, ରାୟଗଡାରେ ୮ ଜଣ, ସମ୍ବଲପୁରରେ ୨ ଜଣ , ସୋନପୁରାରେ ୨ଜଣ ଏବଂ ସୁନ୍ଦରଗଡ ଜିଲ୍ଲାରେ ୨ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍