ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ରାଉରକେଲା, ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ରାଉରକେଲା ଇସ୍ପାତ କାରଖାନାର କେନ୍ଦ୍ରୀୟ ଫାୟାର ଷ୍ଟେସନ ଠାରେ ନିଅାଁଲିଭା କାର୍ଯ୍ୟରେ ସାମିଲ କରାଯାଇଥିବା ନୂତନ ଫୋମ୍ ଫାୟାର ଟେଣ୍ଡର ଉ୍ଘାଟିତ ହୋଇଛି ।
ଏଥିରେ ପାଣିଟାଙ୍କି, ଫେଣଟାଙ୍କି, ପମ୍ପ, ପାଣି ଓ ଫେଣ ନିୟନ୍ତ୍ରଣ ପାଇଁ ନୋଜଲ ଏବଂ ବିଦ୍ୟୁତ ଅଲ୍ଟରନେଟର ସମେତ ସାତ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଠିପାରୁଥିବା ଟେଲିସ୍କୋପ ଲାଇଟ୍ ମାଷ୍ଟ ବ୍ୟବସ୍ଥା ରହିଛି ।
ବୁଧବାର ଏହାର ଉ୍ଘାଟନ ଅବସରରେ କାରଖାନାର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ଅଗ୍ନିଶମ ସେବା ଏବଂ କାର୍ମିକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ଓଡ଼ିଶା ଡ଼ଟ୍ କମ୍