Site icon Odisha.com

ପୋସ୍କୋ ସଂଘର୍ଷ ଘଟଣାରେ ବାପି ସର୍ଖେଲ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ନିକଟରେ ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଅଂଚଳରେ ହୋଇଥିବା ସଂଘର୍ଷ ଘଟଣାରେ ଠିକ।ଦ।ର ବାପି ସର୍ଖେଲକୁ ପୋଲିସ ଶୁକ୍ରବାର ଗିରଫ କରିଛି ।

ପୋଲିସର ଏକ ସ୍ୱତନ୍ତ୍ର ଦଳ ସର୍ଖେଲଙ୍କୁ ଛତିଶଗଡ଼ ରାଜଧାନୀ ରାୟପୁରରୁ ଗିରଫ କରିଥିବା ଜିଲ୍ଲା ପୋଲିସ ମୁଖ୍ୟ ଏସ୍.ବେତ ସିଂହ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ପୋସ୍କୋ ଅଂଚଳରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ତାଙ୍କ ନାଁରେ କୁଜଙ୍ଗ ଥାନାରେ ମାମଲା ରୁଜୁ ହୋଇଥିଲା । ଗତ ରବିବାର ପାରାଦୀପ ଓ କୁଜଙ୍ଗ ପୋଲିସ ମିଳିତ ଭାବରେ ବାପିଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲେ ।

ସଂଘର୍ଷରେ ମୃତ୍ୟୁବରଣ କରିଥିବା ଦ୍ୱିଜବରଙ୍କ ଭାଇଙ୍କ ଅଭିଯୋଗ କ୍ରମେ ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ପୋଲିସ ପୂର୍ବରୁ କଂଗ୍ରେସ ନେତା ଜୟନ୍ତ ବିଶ୍ୱାଳ ଏବଂ ସର୍ଖେଲଙ୍କ ଚାରି ଜଣ ସମର୍ଥକଙ୍କୁ ଗିରଫ କରିଥିଲା ।

ବାପିଙ୍କୁ ପୋଲିସ ଜାଣିଶୁଣି ଗିରଫ କରୁନଥିବା ଅଭିଯୋଗ କରି ତାଙ୍କୁ ଗିରଫ କରିବା ପାଇଁ ବିଧାନସଭାରେ ଉଭୟ ବିରୋଧି ଓ ଶାସକ ଦଳର ବିଧାୟକମାନେ ଦ।ବି କରିଥିଲେ ।

ଗତ ୧୪ ତାରିଖରେ ରାସ୍ତା କାମକୁ ନେଇ ପୋସ୍କୋ ବିରୋଧି ଏବଂ ରାସ୍ତା ନିର୍ମାଣ କରୁଥିବା କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଓ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ୨୫ ଜଣ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version