ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଡ଼ିସେମ୍ବର ୨୩ (ଓଡ଼ିଶା ଡ଼ଟ୍ କମ୍) ପ୍ରସିଦ୍ଧ ଗଣିତଜ୍ଞ ରାମାନୁଜନଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ବରଗଡ଼ ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନ ପରିସରରେ ଗଣିତ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ବିକାଶ ଆଇଆଇଟି ଅଲମ୍ପିଆଡ଼ ଏକାଡ଼େମୀର ଛାତ୍ରଛାତ୍ରୀମାନେ ସ୍କୁଲରେ ବିଭିନ୍ନ ପ୍ରତିଯୋଗିତା, ପ୍ଲାନେଟୋରିୟମ ପ୍ରଦର୍ଶନ ତଥା ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରିଥିଲେ ।
ପ୍ଲାନେଟୋରିୟମରେ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି ଓ ସୌର ଜଗତର ପ୍ରଦର୍ଶନ କରିଥିଲେ । ଗଣିତ ଭିତିକ କୁଇଜ୍ ପ୍ରତିଯୋଗିତାରେ ଛାତ୍ରମାନେ ତାଙ୍କର ଗାଣିତିକ ଉକ୍ରର୍ଷତା ପ୍ରତିପାଦନ କରିଥିଲେ ।
‘ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ ନିଷିଦ୍ଧ ହେବା ଉଚିତ୍’ ଶୀର୍ଷକ ଉପରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଦଶମ ଶ୍ରେଣୀର ଛାତ୍ର ଅଂଶୁମାନ ଅଗ୍ରୱାଲ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି କୁଇଜ୍ ପ୍ରତିଯୋଗିତାରେ ପରାଗ ଲାଠ୍ ଓ ନୀତିନ କପୁର ଚମ୍ପିଆନ ହୋଇଥିଲେ ।
ଏହି ଦିବସର ସାନ୍ଧ୍ୟ ଅଧିବେଶନରେ ବିକାଶ କଲେଜ ଅଫ୍ ଇଂଜିନିୟରିଂ ଫର୍ ୱିମେନର ଅଧ୍ୟକ୍ଷ ଏମ୍.ଆର୍.ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଆଧୁନିକ ବିଜ୍ଞାନ କୌଶଳ ତଥା ଆଇଆଇଟିର ଉପାଦେୟତା ବିଷୟରେ ସୂଚନା ଦେଇଥିଲେ ।
ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡି ମୁରଲୀ କ୍ରିଷ୍ଣା, ପରିଚାଳନା ନିର୍ଦ୍ଦେଶକ ଜି ଭାସ୍କର ରାଓ, ଏକାଡେମିକ ଆଡଭାଇଜର ଡି ନାଗେଶ୍ୱର ରାଓ, ସ୍କୁଲ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ ସମସ୍ତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ଓ ଆଇଆଇଟିର ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।
ପରେ ଆଇଆଇଟି ଛାତ୍ରଛାତ୍ରୀମାନଙ୍କ ଦ୍ୱାରାସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍