ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) ଗତ ସେପ୍ଟେମ୍ବର ମାସରେ ରାଜ୍ୟରେଦୁଇଟି ପର୍ଯ୍ୟାୟରେ ହୋଇଥିବା ବନ୍ୟାରେ କ୍ଷୟକ୍ଷତି ବାବଦକୁ କେନ୍ଦ୍ର ସରକାର ବୁଧବାର ଓଡ଼ିଶା ପାଇଁ ୯୧୮କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ରାଜ୍ୟ ସରକାର ୩୨୬୫ କୋଟି ଟଙ୍କା ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ ।
ବନ୍ୟା ଯୋଗୁଁ ରାଜ୍ୟର ୨୧ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ କମ୍ ସହାୟତା ପ୍ରଦାନ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ବନ୍ୟା ଅଂଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ସରକାର ନିଜସ୍ୱ ପାଣ୍ଠିରୁ ୧୨ଶହ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିବା ବେଳେ ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ କେନ୍ଦ୍ର ସରକାର ମଞ୍ଜୁର କରିଥିବା ସହାୟତା ରାଶି ବହୁତ କମ୍ ବୋଲି କୁହାଯାଇଛି ।
ନିକଟରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ୭୭୫୦କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ବେଳେ ବିହାର କୋଶୀ ନଦୀ ବନ୍ୟା ବେଳେ ୧୦ହଜାର କୋଟି ଟଙ୍କା ସହାୟତା ଦିଆଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍