ଓଡିଶା ଖବରବିଶେଷ ଖବର

ବରଗଡ଼ ଧନୁଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ କହିବା ଯଥାର୍ଥ କି?

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ଆଉ ଅଳ୍ପ ସମୟ ପରେ ବରଗଡରେ ଆରମ୍ଭ ହେବ ତଥା କଥିତ ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା । ତେବେ ପ୍ରକୃତରେ କ’ଣ ବରଗଡ଼ ଧନୁଯାତ୍ରା ବିଶ୍ୱ ପ୍ରସିଦ୍ଧର ମାନ୍ୟତା ପାଇବା ଉଚିତ୍ ?

ଆମେ କହୁଛୁ ଧନୁଯାତ୍ରା ବରଗଡ଼ ସହରର ୭କି.ମି. ବ୍ୟାପି ପରିଧି ମଧ୍ୟରେ ପାଳନ କରାଯାଉଛି । କିନ୍ତୁ ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିହାର ରାଜ୍ୟରେ ହେଉଥିବା ଧନୁଷ ମେଲା ପ୍ରାୟ ୨୦କି.ମି. ପରିଧି ମଧ୍ୟରେ ଆୟୋଜିତ ହୋଇଥାଏ ।

ବିଗତଦିନ ମାନଙ୍କରେ ବରଗଡ଼ର ସୁଯୋଗ୍ୟ ସନ୍ତାନମାନେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଏ ଯାତ୍ରାର ପରିକଳ୍ପନା କରିଥିଲେ ବର୍ତମାନ ତାହା ତିଳେମାତ୍ର ପରିଲକ୍ଷିତ ହେଉନାହିଁ । ଏହା ତାର ମୌଳିକତା ହରାଇବା ସହ ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହୋଇସାରିଛି ।

ଧନୁଯାତ୍ରାର ଅନ୍ୟତମ ବୈଶିଷ୍ଟତା ହେଉଛି ମଥୁରାଧିପତି ମହାରାଜ କଂସଙ୍କ ଅଖଣ୍ଡ କ୍ଷମତା ଓପ୍ରତ୍ୟେକ ନାଗରିକ ଓ ଦର୍ଶକ ଜଣେ ଜଣେ ମୁକ୍ତାକାଶ ରଙ୍ଗମଞ୍ଚର କଳାକାର ।

କୌଣସି ଅଭିନୟ ଦକ୍ଷତା ନଥାଇ ମଧ୍ୟ ବରଗଡ଼ର ପ୍ରତ୍ୟେକ ଅଧିବାସୀ ନିଜକୁ ଜଣେ ଯାତ୍ରାର ଅଂଶ ବିଶେଷ ବୋଲି ମନେ କରୁଥିଲେ । ମାତ୍ର ବର୍ତମାନ ଲୋକଙ୍କ ମଧ୍ୟରେ ସେ ଭାବନାତ୍ମକ ଅନୁଭବ ନାହିଁ । ଏହାର କାରଣ କ’ଣ ହୋଇପାରେ ତାହା ନିଶ୍ଚିତ ଭାବେ ଆମକୁ ଆତ୍ମସମୀକ୍ଷା କରିବାକୁ ହେବ ।

ସ୍ୱର୍ଗତ ଯୁଧିଷ୍ଠିତ ଶତପଥିଙ୍କ ସମୟରେ ଯେଉଁ ଅଭିନୟ ଚାତୁରୀ, ମୁଖଭଙ୍ଗୀ, ଉପସ୍ଥିତ ବୁଦ୍ଧି ଓ ସଂସ୍କୁତ ଶ୍ଳୋକ ସମ୍ଭାଷଣ ଦେଖିବାକୁ ମିଳୁଥିଲା ତାକୁ ଏବେ ବି ଲୋକେ ମନେ ରଖିଛନ୍ତି । କିନ୍ତୁ ଏବେ ମହାରାଜ କଂସ ଭୂମିକାରେ ଅବତୀର୍ଣ୍ଣ କଳାକାର ମାନଙ୍କୁ ନିର୍ଦ୍ଦେଶନା ଦେବାକୁ ପଡ଼ୁଛି ।

ସେ କେବଳ କମିଟି ସଭ୍ୟଙ୍କ ନିୟନ୍ତ୍ରଣରେ ରହି ସମସ୍ତ କଳା କୌଶଳ ପ୍ରଦର୍ଶନ କରୁଛନ୍ତି । ଗୋଟିଏ ଛୋଟିଆ ପରିକଳ୍ପନା ତଥା ଦୁବଘାସରୁ ମହାଦୃମରେ ପରିଣତ ହୋଇଥିବା ବରଗଡ଼ ଧନୁଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ କରିବାରେ ପ୍ରିଣ୍ଟ ମିଡିଆ ଓ ବୋୖଦିତିକ ଗଣମାଧ୍ୟମର ଭୂମିକାକୁ ଅନସ୍ୱିକାର୍ଯ୍ୟ କରାଯାଇ ନପାରେ ।

ବର୍ତମାନ ସମଗ୍ର ପଶ୍ଚିମ ଓଡ଼ିଶାରେ ୩୦ରୁ ଉଦ୍ଧ୍ୱର୍ ସ୍ଥାନରେ ଧନୁଯାତ୍ରାର ସୁଆୟୋଜନ କରାଯାଉଛି । ତନ୍ମଧ୍ୟରୁ କେତେକ ଅଞ୍ଚଳରେ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବା ପୂର୍ବରୁ ସେଠାରେ ଶେଷ ହୋଇଯାଉଛି ।

ପୂର୍ବେ କେତେକ କଳାପ୍ରେମୀ ବ୍ୟକ୍ତିଙ୍କ ଅଦ୍ୟମ ଚେଷ୍ଟା ଯୋଗୁଁ ଧନୁଯାତ୍ରା ଆୟୋଜନ କରାଯାଉଥିବା ବେଳେ ଅର୍ଥାଭାବ ଯୋଗୁଁ ଏହାର ଉନ୍ନତିକରଣରେ ବାଧକ ସାଜିଥିଲା । ଏବେ ଆଉ ଅର୍ଥର ଅଭାବ ନାହିଁ ।

ଜିଲ୍ଲାପ୍ରଶାସନର ସ୍ୱତନ୍ତ୍ର ଧନୁଯାତ୍ରା ପାଣ୍ଠି ସମେତ ପୂର୍ବାଞ୍ଚଳ ସାଂସ୍କୃତିକ ପରିଷ, ମୀନାବଜାର ସ୍ଥାନ ଆବଣ୍ଟନରୁ ଆଦାୟ ଅର୍ଥରାଶି, ସାଧାରଣ ଜନତାଙ୍କ ଠାରୁ ୧୦ଟଙ୍କିଆ କୁପନ ଜରିଆରେ ସଂଗୃହିତ ଜରିମାନା ରାଶି, ଜିଲ୍ଲାର ବଡ଼ ବଡ଼ ଶିଳ୍ପପତି, ବ୍ୟବସାୟିକ ଅନୁଷ୍ଠାନ ଓ ବାନ୍ୟ ବ୍ୟକ୍ତିଙ୍କ ।ନ ଅର୍ଥରେ ଏବେ ଧନୁଯାତ୍ରା ଆୟୋଜନ କରାଯାଉଛି ।

ତେଣୁ ବରଗଡ଼ ଧନୁଯାତ୍ରାକୁ କେବଳ ‘ନାମ ବଡ଼ା, ଦର୍ଶନ ଥୋଡ଼ା’ ନକରି ପୂର୍ବାପେକ୍ଷା ତୁଳନାତ୍ମକ ଭାବେ ଆହୁରୀ ଆକର୍ଷଣୀୟ କରାଯିବା ଉଚିତ୍ । ଧନୁଯାତ୍ରାକୁ ଆହୁରି ଲୋକାଭିମୂଖି କରବାକୁ ହେଲେ ରାଜରବାର ଓ ରଙ୍ଗମହଲକୁ ପୌରାଣିକ କଳାଭାସ୍କର୍ଯ୍ୟ ଶୈଳୀରେ ଅଭିଜ୍ଞ କାରୀଗରଙ୍କ ଦ୍ୱାରାନିର୍ମାଣ କରାଯିବା ଉଚିତ୍ ।

ଯାତ୍ରାରମ୍ଭରେ ଏତେ ବର୍ଷ ପରେ ମଧ୍ୟ ସହର ମଧ୍ୟସ୍ଥ ତୋରଣ ଗୁଡ଼ିକ ଦୃଷ୍ଟି ଆକର୍ଷଣ କରିପାରୁନାହିଁ । ମହାରାଜ କଂସ ଯେଉଁ କୁବଳୟା ହସ୍ତୀ ପିଠିରେ ନଗର ଭ୍ରମଣରେ ବାହାରନ୍ତି ତାକୁ କାହିଁକି ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଉ ନାହିଁ ତାହା କେବଳ ଧନୁଯାତ୍ରା ମହୋତ୍ସବ ସମିତିକୁ ଜଣା ।

ସେହିପରି ଗରିବରୁ ଗରିବ ଲୋକଟିଏ ନିଜ ବିବାହ ବ୍ରତାିରେ ଆଖି ଖୋସିହେଲାଭଳି ବ୍ୟାଣ୍ଡ ପାର୍ଟି ନିୟୋଜିତ କରୁଥିବା ବେଳେ ଦୀର୍ଘ ଏଗାରଦିନ ବ୍ୟାପୀ ଚାଲୁଥିବା ଏହି ଯାତ୍ରାରେ ମହାରଜ କଂସଙ୍କ ଆଗେ ଯାଉଥିବା ବ୍ୟାଣ୍ଡ ପାର୍ଟିର ବାଦ୍ୟ ପରିବେଷଣ ଯେ ଅତ୍ୟନ୍ତ ଶୃତିକଟୁ ତାହା ମଧ୍ୟ ଆୟୋଜକ ଜାଣି ରଖିବା ଉଚିତ୍ ।

ଖଜୁରୀ ଗଛର କି ଗୁଣ ଗାଇବା ମୂଳରୁ ପାହାଚ ପାହାଚ! ଲକ୍ଷାଧିକ ଲୋକଙ୍କ ସମଗାମ ହେଉଥିବା ଏହି ଧନୁଯାତ୍ରାରେ ମହିଳାମାନଙ୍କ ନିମନ୍ତେ ସାମୟିକ ଅସ୍ଥାୟୀ ଶୌଚାଳୟ ଟିଏ ମଧ୍ୟ କରାନଯିବାପ୍ରଶାସନର ଦୁରଦୃଷ୍ଟିର ଅଭାବ ନୁହେଁ କି?

ଆଗରୁ ଗ୍ରାମାଂଚଳ ତଥା ଜିଲ୍ଲା ବାହାରୁ ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ଆସୁଥିବା ଯାତ୍ରୀମାନେ ରାତ୍ରୀ ୧୧ଟା ପର୍ଯ୍ୟନ୍ତ ଯାତ୍ରା ଖେିବା ପରେ ଯାତ୍ରା ସମୟରେ ହେଉଥିବା ନାଟକ, ଅପେରା, ସିନେମା ଆଦି ଦେଖି ରାତି ବିତାଉ ଥିଲେ ।

ଏବେ କିନ୍ତୁ ବରଗଡ଼ ଜିଲ୍ଲାରେ ନାଟକ ବା ଅପେରା ଲାଗି ଜିଲ୍ଲା ପ୍ରଶାସନ ଅନୁମତି ଦେଉ ନଥିବାରୁ ବରଗଡ଼କୁ ନିଜ ପିଲାଛୁଆ ଧରି ଯାତ୍ରା ଦେଖିବାକୁ ଆସିଥିବା ଲୋକେ ଅନିଚ୍ଛା ସତ୍ୱେ ପ୍ରବଳ ଶୀତରେ ମଧ୍ୟ ରାତିରେ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି ।

ଦିନକୁଦିନ ଯାତ୍ରା ସ୍ଥଳ ସଙ୍କୁଚିତ ହୋଇ ପଡ଼ୁଥିବା ଯୋଗୁଁ କୌଣସି ମୁହୁର୍ତରେ ମଧ୍ୟ ଯେ ବଡ଼ଧରଣର ଅଘଟଣ ନଘଟିବ ତାହା କିଏ କହିପାରିବ?

ସେହିପରି ଗୋପପୁରରେ ମଧ୍ୟ କାଳୀୟ ଳନ କାର୍ଯ୍ୟକ୍ରମ ହେଉଥିବା ଫକୀରାବନ୍ଧର ଆଡ଼ି ଏବଂ ପାହାଚ ଗୁଡ଼ିକ ଅତି ବିପ୍ଜନକ ଭାବେ ଅଛି । ଅଧିକ ଭିଡ଼ ଓ ଠେଲାପେଲା ଯୋଗୁଁ ସେଠାରେ ପ୍ରତିବର୍ଷ ବିଶୃଙ୍ଖଳା ସୃଷ୍ଟି ହେଉଥିବା ବେଳେ ନାବକେଳି ହେଉଥିବା ମନାବନ୍ଧ ଆଡ଼ି ମଧ୍ୟ କମ୍ ବିପ୍ଜନକ ନୁହେଁ ।

ଏହାର ଚତୁଃପାଶ୍ୱର୍ରେ ଆବର୍ଜନା ମଧ୍ୟ ଭରି ରହିଥାଏ । ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମ ଆଜିବି ବହୁପୁରୁଣା ଏକ ମାଛଧରା ଡଙ୍ଗାରେ ବିପ ସଙ୍କୁଳ ସ୍ଥିତିରେ କେଳି କରୁଥିବା ପରିଲକ୍ଷିତ ହେଉଛି । ଧନୁଯାତ୍ରା ଆୟୋଜନ ଲାଗି ଅର୍ଥର ଅଭାବ କି ଅଭିଜ୍ଞ ବ୍ୟକ୍ତିଙ୍କ ଅଭାବ ନାହିଁ, କଳାକାରଙ୍କ ମଧ୍ୟ ଅଭାବ ନାହିଁ ।

ତେବେ ଏତେ ବର୍ଷ ପରେ ବି ବରଗଡ଼ ଧନୁଯାତ୍ରା ଆୟୋଜନରେ ଏତେ କାର୍ପଣ୍ୟତା କାହିଁକି? ଧନୁଯାତ୍ରା ମଂଚ ଏପରି ଏକ ମଂଚ, ଯେଉଁଠାରେ ଆୟୋଜକମାନେ ଚାହିଁଲେ ସମଗ୍ର ଜିଲ୍ଲାର କଳା, ନୃତ୍ୟ, ସାଂସ୍କୃତିକ ସଂଗଠନ ଓ ପ୍ରତିଭା ମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ନିଜ ପ୍ରତିଭା ପ୍ରର୍ଶନର ସୁଯୋଗ ଦିଆଯାଇପାରନ୍ତା ।

ମାତ୍ର ସେମାନେ ତାହା ନକରି ରାଜ୍ୟ ବାହାରର ନୃତ୍ୟ ତଥା ସାଂସ୍କୃତିକ ଳମାନଙ୍କୁ ଆଣି ବାହାବା ନେଉଛନ୍ତି । ଆଗରୁ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ ପରଠାରୁ ମାଇକ ଯୋଗେ ଗାଁ ଗାଁରେ ପ୍ରଚାର କରାଯାଇ ଏକ ଯାତ୍ରା ପରିବେଶ ସୃଷ୍ଟି କରାଯାଉଥିଲା ।

ସମୟାନୁକ୍ରମେ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହେଉଛି । ତେବେ ଏବେ ବି ସମୟ ଅଛି ଧନୁଯାତ୍ରା ଆୟୋଜନର ମୁଖ୍ୟ ପୁରୋଧା ମାନେ ଚାହିଁଲେ ବରଗଡ଼ ଧନୁଯାତ୍ରାର ସୁନାମକୁ ଆହୁରି ଉଜ୍ଜ୍ୱଳ କରିବା ଦିଗରେ ପ୍ରଚେଷ୍ଟା କରନ୍ତୁ, ନ ହେଲେ ଯେଭଳି ଭାବରେ ଗାଁ ଗାଁରେ ଧନୁଯାତ୍ରା ସବୁ ଆୟୋଜନ ହେଲାଣି ବରଗଡ଼ ଧନୁଯାତ୍ରାକୁ ବିଶ୍ୱପ୍ରସିଦ୍ଧ କହିବା କେବଳ ଆତ୍ମ ପ୍ରବଂଚନା ହିଁ ହେବ ଏଥିରେ ଦ୍ଵିମତ ନାହିଁ ।

ଓଡ଼ିଶା ଡ଼ଟ୍ କମ୍