Site icon Odisha.com

ଜଗତସିଂହପୁର: ବନ୍ଧୁକ ସହ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ଜଣେ ବିଜେଡ଼ି ନେତାଙ୍କ ଉପରକୁ ହୋଇଥିବା ବୋମାମାଡ଼ ଘଟଣାରେ ସଂପୃକ୍ତ ଦୁର୍ଦ୍ଧାନ୍ତ ଅପରାଧିକୁ ବନ୍ଧୁକ ସହ ପୋଲିସ ଶୁକ୍ରବାର ଗିରଫ କରିଛି ।

ଠିକାକାମକୁ ନେଇ ଅଭିଯୁକ୍ତ ରଞ୍ଜନ ମହାନ୍ତି ନୂଆଗାଁ ବ୍ଲକ ବିଜେଡ଼ି ସଭାପତି ଭଗବାନ ଦାସଙ୍କ ଉପରେ ବୋମାମାଡ଼ କରିଥିଲା ବୋଲି ଜିଲ୍ଲା ପୋଲିସ ମୁଖ୍ୟ ଏସ୍ ବେତ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ପୂର୍ବରୁ ପୋଲିସ ଏହି ଘଟଣାରେ ଅନ୍ୟ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମହାନ୍ତି ଫେରାର୍ ହୋଇଥିଲା, ସେ କହିଛନ୍ତି ।

ନୂଆଗାଁ ପୋଲିସର ଏକ ଦଳ ଚଢାଉ କରି ତାକୁ ଗିରଫ କରିବା ସହ ବନ୍ଧୁକ, ଖଣ୍ଡା, ୩୦ଟି ମୋବାଇଲ ସିମ୍, ଛଅଟି ଏଟିଏମ୍ କାର୍ଡ଼ ଓ ନକଲି ପରିଚୟପତ୍ର ଜବତ କରିଛି ।

ମହାନ୍ତି ନାଁରେ ତିନୋଟି ଅପରାଧିକ ମାମଲା ରହିଥିବା ସିଂହ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version