Site icon Odisha.com

ଧନୁଯାତ୍ରା ଉଦ୍ଦଘାଟିତ, ବରଗଡ଼ରେ କଂସଙ୍କ ରାଜୁତି

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ପାରମ୍ପରିକ ରୀତିନୀତିରେ ଉଦ୍ଦଘାଟିତ ହୋଇଥିବା ବେଳେ ଆଜିଠାରୁ ବରଗଡ଼ ସହରରେ ମହାରାଜା କଂସଙ୍କ ରାଜୁତି ଚାଲିଛି ।

ସଂଧ୍ୟାରେ ଯାତ୍ରା କମିଟି ସଦସ୍ୟ ଓ କଳାକାର ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ବର୍ଣ୍ଣାଢ଼୍ୟଶୋଭାଯାତ୍ରାରେ ବାହାରି ହାଟପା ଠାରେ ନିର୍ମିତ ରାଜଦରବାରରେ ପହଞ୍ଚିଥିଲେ ।

ରାଜଦରବାରରେ ଧନୁଯାତ୍ରା କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ୱଳନ କରି ଯାତ୍ରାର ଉଦ୍ଦଘାଟନ କରିଥିଲେ ।

ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ୧୧ଦିନ ବ୍ୟାପୀ ହେବାକୁଥିବା ଏହି ଯାତ୍ରା ସମୟରେ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହି ଅବସରରେ ବରଗଡ଼ ସହର ପୁରାଣରେ ବର୍ଣ୍ଣିତ ଦ୍ବାପର ଯୁଗର ମଥୁରାନଗରୀ, ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ଯମୁନା ନଈ ପାଲଟି ଥାଏ ।

ପ୍ରଥମଦିନରେ ମଥୁରାର ଯୁବରାଜ କଂସ ଦିଗ୍ବିଜୟକୁ ଯାଇଥିବା ବେଳେ ପିତା ଉଗ୍ରସେନ ମହାରାଜ ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀଙ୍କୁ ବସୁଦେବଙ୍କ ସହ ବିବାହ କରିଦେଇଛନ୍ତି ।

ଏଥିଯୋଗୁଁ କଂସ ଉତ୍କ୍ଷିପ୍ତ ହୋଇ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରିବା ସହ ନିଜେ ମଥୁରାର ସିଂହାସନ ଆରୋହଣ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version