Site icon Odisha.com

ବିସ୍ଫୋରଣରେ ତିନି ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ତିନି ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କନ୍ଧମାଳ, ଜାନୁୟାରୀ ୫(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ଗୁରୁବାର ମାଓବାଦୀଙ୍କ ବିସ୍ଫୋରଣରେ ତିନିଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ଗତକାଲି ବିସ୍ଫୋରଣ ହୋଇଥିବା ଏକ ସ୍ଥାନକୁ ଛଅ ଜଣ କନଷ୍ଟେବଲ ଏକ ଟାଟା ସୁମୋ ଗାଡ଼ିରେ ଯାଉଥିବା ବେଳେ କୋଟଗଡ଼ ଥାନା ଅର୍ନ୍ତଗତ ଶ୍ରୀରାମପୁର ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଗାଡ଼ିକୁ ଉଡ଼ାଇ ଦେଇଛନ୍ତି ।

ଗାଡିରେ ଡ଼୍ରାଇଭରଙ୍କ ସମେତ ଛଅ ଜଣ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି, ଉପଆରକ୍ଷୀ ଅଧିକ୍ଷକ ଜି.ସି.ବେହେରା ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version