ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ଜାନୁୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଆମେ ବିଭିନ୍ନ କ୍ଷେତ୍ରରେ ଉନ୍ନତିର ଚରମ ସୀମାରେ ପହଂଚି ଥିଲେ ମଧ୍ୟ ମହାକାଶ ବିଜ୍ଞାନର ରହସ୍ୟ ଆମ ପାଇଁ ଆଜି ବି ଅପହଂଚ ବୋଲି ବିଶିଷ୍ଟ ମହାକାଶ ବିଜ୍ଞାନୀ ତଥା କଳିଙ୍ଗ ପୁରସ୍କାର ବିଜେତା ଡ଼ଃ ଜିନ ଓଡ଼ୁଜ କହିଛନ୍ତି ।
ଏପର୍ଯ୍ୟନ୍ତ ମହାକାଶରେ କେତୋଟି ଗ୍ରହ ଅଛି ସେ ସଂପର୍କରେ ମଧ୍ୟ ଆମେ ନିଶ୍ଚିତ ନୁହେଁ, ଶୁକ୍ରବାର ଭଦ୍ରକ ସ୍ଥିତ ଇଂଜିନିୟରିଂ କଲେଜର ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗେଇ ସେ କହିଛନ୍ତି ।
ତେଣୁ ପାରମ୍ପରିକ ବୈଷୟିକ ଶିକ୍ଷା ସହିତ ମହାକାଶର ରହସ୍ୟ ଭେଦ କରିବା ଦିଗରେ ଆଜିର ଯୁବ ଇଂଜିନିୟରିଂ ଛାତ୍ରଛାତ୍ରୀମାନେ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି ।
ବିଶ୍ୱର ସମସ୍ତ ଦେଶ ମଧ୍ୟରେ ବୈଜ୍ଞାନିକ ଜ୍ଞାନ କୌଶଳର ଅ।ଦ।ନ ପ୍ରଦାନ ସମ୍ଭବ ହୋଇପାରିଲେ
ମହାକାଶ ଗବେଷଣା କ୍ଷେତ୍ରରେ ନିଶ୍ଚିତ ସଫଳତା ପାଇପାରିବା ଓ ମହାକାଶର ରହସ୍ୟ ଭେଦ
କରିପାରିବା, ସେ କହିଛନ୍ତି ।
ପରସ୍ପର ମଧ୍ୟରେ ସ୍ନେହ,ପ୍ରେମ ଓ ବୈଷୟିକ ଜ୍ଞାନ କୌଶଳକୁ ସମସ୍ତ ଛାତ୍ରଛାତ୍ରୀ ନିଜନିଜ ମଧ୍ୟରେ
ଅ।ଦ।ନ ପ୍ରଦାନର ମାନସିକତା ରଖିଲେ ଦେଶର ପ୍ରଗତି ସମ୍ଭବ ହୋଇପାରିବ ବୋଲି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବୀର ସୁରେନ୍ଦ୍ର ସାଏ ବିଶ୍ୱ ବ୍ୟିାଳୟର ଅବସରପ୍ରାପ୍ତ ପ୍ରଫେସର ଜେ.କେ.ଦାଶ କହିଛନ୍ତି ।
ମନମୋହନ ସିଂଙ୍କ ପରି ବିଶିଷ୍ଟ ଅର୍ଥନିତିଜ୍ଞ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ଆମର ଘରୋଇ
ଉତ୍ପାଦ ଦୁଇ ଅଙ୍କ ଛୁଇଁ ନପାରିବା ଅଶ୍ଚର୍ଯ୍ୟଜନକ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ଧାମରା ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ମହାପାତ୍ର କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply