Site icon Odisha.com

କନ୍ଧମାଳ: ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାରେ ବ୍ଲକ ଅଧ୍ୟକ୍ଷ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ, ଜାନୁୟାରୀ ୯(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ନିକଟରେ ହୋଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ତଥା ମାଓବାଦୀଙ୍କ ସହ ସଂପୃକ୍ତି ଅଭିଯୋଗରେ ପୋଲିସ ସୋମବାର ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷଙ୍କୁ ଗିରଫ କରିଛି ।

“”ବିସ୍ଫୋରଣ ତଥା ମାଓବାଦୀଙ୍କ ସହ ବ୍ଲକ ଅଧ୍ୟକ୍ଷ ଜୁନେଶ ପ୍ରଧାନଙ୍କ ସଂପୃକ୍ତି ରହିଥିବା ସଂପର୍କରେ
ପୋଲିସ ନିକଟରେ ବ୍ୟାପକ ପ୍ରମାଣ ଅଛି” ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ପୋଲିସର ଏକ ଦଳ ସକାଳେ ପ୍ରଧାନଙ୍କ ଘର ଉପରେ ଚଢାଉ କରି ତାଙ୍କୁ ଗିରଫ କରିଥିବା ବେଳେ
କୋଟଗଡ଼ ଥାନାରେ ତାଙ୍କ ନାଁରେଦୁଇଟି ମାମଲା ରୁଜୁ ହୋଇଛି, ସେ କହିଛନ୍ତି ।

ଗତ ଗୁରୁବାର ଛଅ ଜଣ ପୋଲିସ କର୍ମଚାରୀ ଏକ ବିସ୍ଫୋରଣ ସ୍ଥଳକୁ ତଦନ୍ତ ପାଇଁ ଯାଉଥିବା ବେଳେ କୋଟଗଡ଼ ଥାନା ଅର୍ନ୍ତଗତ ଶ୍ରୀରାମପୁର ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ତିନି ଜଣ ପୋଲିସ କର୍ମଚାରୀ ଶହୀ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version