Site icon Odisha.com

ନନ୍ଦନକାନନରେ ତିନି ବାଘ ଛୁଆଙ୍କ ଜନ୍ମ

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ତିନୋଟି ବାଘ ଛୁଆ ଜନ୍ମଗ୍ରହଣ କରିଥିବା ଶନିବାର ଜଣେ ଅଧିକାରୀ କହିଛନ୍ତି ।

୨୩ (ସି) ଏନ୍କ୍ଲୋଜରରେ ରହୁଥିବା ବାଘୁଣୀ ସାରା ବହାବଳ ବାଘ ଋଷି ଔରଷରୁ ଶୁକ୍ରବାର ଏହି ଛୁଆ ଗୁଡ଼ିକ ଜନ୍ମ ନେଇଛି । ନନ୍ଦନକାନନ ପକ୍ଷରୁ ଏମାନଙ୍କ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ
ଦିଆଯାଇଛି ।

୧୦ଦିନ ପାଇଁ ତାହା ନିକଟକୁ ଯିବାକୁ ସମସ୍ତଙ୍କୁ ବାରଣ କରାଯାଇଛି । ମା’ର ଖାଦ୍ୟ ସେମାନଙ୍କ ପାଇଁ ହେଉଛି କି ନାହିଁ ଏବଂ ସେମାନେ କିପରି ଅବସ୍ଥାରେ ଅଛନ୍ତି ତାହା ଅନୁଧ୍ୟାନ କରିବା ପାଇଁ ସିସିଟିଭି ଲଗାଯାଇଛି ।

ସାରାକୁ ୩ବର୍ଷ ହୋଇଥିବା ବେଳେ ଭୋପାଳ ଚିଡ଼ିଆଖାନାରୁ ୨୦୦୯ ଅପ୍ରେଲ ୧୮ରେ ନନ୍ଦନକାନନ ଅଣାଯାଇଥିଲା । ୮ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ ୩ଟି ଶାବକଙ୍କୁ ଜନ୍ମ ଦେଇଛି ।

ଗତ ନଭେମ୍ବରରେ ବାଘ ପ୍ରିୟଙ୍କାର ୫ଟି ଛୁଆଙ୍କ ଗୋଟିଏଦିନରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସାରା ଓ ଛୁଆଙ୍କ ଯତ୍ନ ପ୍ରତି ଧ୍ୟାନ ନିଆଯାଉଥିବା ସେ କହିଛନ୍ତି ।

ନବଜାତ ବାଘ ଛୁଆଙ୍କୁ ମିଶାଇ ବର୍ତମାନ ନନ୍ଦନକାନନରେ ୨୬ଟି ବାଘ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version