Site icon Odisha.com

ଦ୍ୱେତନଗରୀରେ ହତ୍ୟା ଓ ଡକାୟତି ମାମଲା ହ୍ରାସ: ପୋଲିସ

ଓଡ଼ିଶା ଡ଼ଟ୍ କମ୍ ସମ୍ବ।।ାତା

ଭୁବନେଶ୍ୱର, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍)ଦ୍ୱେତନଗରୀରେ ୨୦୧୦ ତୁଳନାରେ ୨୦୧୧ରେ ଅପରାଧ ନିୟନ୍ତ୍ରଣ କରାଯାଇଛି ଏବଂ ହତ୍ୟା ଓ ଡକାୟତି ଭଳି ମାମଲା ହ୍ରାସ ପାଇଛି ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ଦୁର୍ଘଟଣା ବଢ଼ିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମିଛି ଏବଂ ଅପରାଧ ହ୍ରାସ କରିବା ପାଇଁ ଅତ୍ୟାଧୁନିକ ପ୍ରଣାଳୀର ସାହାଯ୍ୟ ନିଆଯିବ ବୋଲି ଶୁକ୍ରବାର ଅପରାଧ ସମୀକ୍ଷା ସାମ୍ବାିକ ସମ୍ମିଳନୀରେ କମିଶନର ବିଜୟ କୁମାର ଶର୍ମା କହିଛନ୍ତି ।

୨୦୧୦ ତୁଳନାରେ କୋଟପା ନିୟମକୁ ପୋଲିସ ଗୁରୁତ୍ୱ ଦେଇଛି । ପ୍ରାୟ ୧୨ଲକ୍ଷ ଟଙ୍କା କୋଟପା ବାବଦ ଜରିମାନା ଆଦାୟ କରାଯାଇଛି । ୨୦୧୦ରେ ୨ କୋଟି ୮୮ ଲକ୍ଷ ଟଙ୍କା ଏମ୍ଭି ନିୟମରେ ଜରିମାନା ଆଦାୟ କରାଯାଇଛି ।

ସେହିପରି ୨୦୧୧ରେ ୩ କୋଟିରୁ ଉଦ୍ଧ୍ୱର୍ ଟଙ୍କା ରାଜସ୍ୱ ଆଦାୟ ହୋଇଛି । ସାଇବର କ୍ରାଇମ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ୟୁନିଟ ଆବଶ୍ୟକ ଏବଂ ଜମିଜମା ଓ ଠକାମି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଆବଶ୍ୟକ ଥିଲେ ମଧ୍ୟ କର୍ମଚାରୀଙ୍କ ଅଭାବ ଏଥିରେ ପ୍ରତିବନ୍ଧକ ସାଜିଛି ବୋଲି ସେ କହିଛନ୍ତି ।

ଭୁବନେଶ୍ୱରରେ ୨୦୧୦ରେ ୪୪୧୭ ମାମଲା ରୁଜୁ ହୋଇଥିବା ବେଳେ ୨୦୧୧ରେ ୪୩୫୦ ମାମଲା ହୋଇଛି । କଟକରେ ୨୦୧୦ରେ ୨୪୦୦ ମାମଲା ହୋଇଥିବା ବେଳେ ୨୦୧୧ରେ ୨୪୧୫ ମାମଲା ହୋଇଛି ।

୨୦୧୦ରେ ୩୬ଟି ଡ଼କାୟତି ହୋଇଥିବା ବେଳେ ୯୪.୨ ପ୍ରତିଶତ ପୋଲିସ ସଫଳ ହୋଇଛି ଏବଂ ୨୦୧୧ରେ ୬୧ ହତ୍ୟା ଘଟଣା ଘଟିଥିବା ବେଳେ ୮୮.୫ ପ୍ରତିଶତ ଓ ଡକାୟତି ୩୦ଟି ହୋଇଥିବା ବେଳେ ଶତପ୍ରତିଶତ ସଫଳତା ହାସଲ କରିଛି ।

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ବସ୍ ଓ ଟ୍ରକ୍ ଦ୍ୱାରାଘଟିଥିବା କୁହାଯାଇଛି । ଅନ୍ୟ ପକ୍ଷରେ ୫ନମ୍ବର ଜାତୀୟ ରାଜପଥରେ ଦୂର୍ଘଟଣା ଘଟି ୨୦୧୦ ତୁଳନାରେ ୨୦୧୧ରେ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version