Site icon Odisha.com

ଗଣବଳାତ୍କାର ମାମଲାରେ ଆଉ ଜଣେ ଗିରଫଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

 

ଭୁବନେଶ୍ୱର, ଜାନୁୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ମାମଲାରେ କ୍ରାଇମବ୍ରାଂଚ ପୋଲିସ ସୋମବାର ଆଉ ଜଣଙ୍କୁ ଗିରଫ କରିଛି ।

କ୍ରାଇମବ୍ରାଂଚର ସ୍ୱତନ୍ତ୍ର ଦଳ ପିପିଲିରେ ଚଢାଉ କରି ଅନ୍ୟତମ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁକୁ ତା’ର ମାଉସୀ ଘରୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓରଫ ପଶେଇକୁ ଗତକାଲି କ୍ରାଇମବ୍ରାଂଚ ପୋଲିସ ଜଟଣୀ ଷ୍ଟେସନ ନିକଟରୁ ଗିରଫ କରିଥିଲା । କଟକରେ ଆଜି ତା’ର ଡ଼ାକ୍ତରୀ ପରୀକ୍ଷା କରାଯାଇଛି । ଶନିବାର ଅଭିଯୁକ୍ତ ମାନଙ୍କ ଫଟୋ କ୍ରାଇମବ୍ରାଂଚ ଜାରି କରିଥିଲା ।

ଗିରଫଦାରି ପରେ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟାଦୁଇରେ ପହଂଚିଛି । ଅନ୍ୟ ଦୁଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଚାରୋଟି ସ୍ୱତନ୍ତ୍ର ଦଳ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି ।

ପିପିଲି ଥାନା ଅର୍ଜୁନଗା ଗାଁର ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବର ୨୮ରେ ଗଣବଳାକ୍ରାର ପରେ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଘଟଣାର ପରଦିନ ପରିବାର ଲୋକେ ପିପିଲି ଥାନାରେ ତିନି ତିନିଥର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୋଗ ରଖିନଥିଲା ।

ତେବେ ଗତ ଶନିବାର ପୀଡ଼ିତାଙ୍କୁ ସାଙ୍ଗରେ ନେଇ ତାଙ୍କ ପରିବାର ଲୋକେ ମହିଳା କମିଶନଙ୍କ
ନିକଟରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version