ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଖୋର୍ଦ୍ଧା, ଜାନୁୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଖୋର୍ଦ୍ଧା ଜିଲ୍ଲା କେରଙ୍ଗ ଓ ଆଖପାଖ ଅଂଚଳରେ ବାର୍ଡ଼ ଫ୍ଲୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଚାଲିଥିବା କୁକୁଡ଼ା ମରା ଅଭିଯାନ ଶେଷ ହୋଇଛି ।
ଗତ ପାଂଚଦିନ ଧରି ପର୍ଯ୍ୟାୟକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୯ଟି ଗ୍ରାମରେ ଥିବା କୁକୁଡ଼ା ଓ ବତକଙ୍କୁ ମାରିିଆଯାଇଛି । ତେବେ ମୋଟ୍ ୩୧ ହଜାର ୯୧୨ଟି କୁକୁଡ଼ା ଓ ବତକ ମରାଯାଇଥିବା କୁହାଯାଇଛି ।
ଅଭିଯାନର ଶେଷଦିନ ସୋମବାରରେ ମାତ୍ର ୨୬ଟି କୁକୁଡ଼ା, ୩୪ ହଜାର ୧୧୦ଟି ଅଣ୍ଡା ଓ ୮ ହଜାର ୭୫୦ କିଗ୍ରା କୁକୁଡ଼ା ଖାଦ୍ୟ ପୋତା ଯାଇଥିବା ଜଣେ ଅଧିକାରୀ କହିଛନ୍ତି ।
କ୍ଷତିଗ୍ରସ୍ତ ଲୋକଙ୍କୁ ଅର୍ଥ ପ୍ରଦାନ କରିବା ପାଇଁ ପ୍ରଶାସନ ପକ୍ଷରୁ ଶିବିରର ବ୍ୟବସ୍ଥା କରାଯାଇଛି । କମ୍ କ୍ଷତିପୂରଣ ପାଇବାକୁ ଥିବା ଲୋକଙ୍କୁ ଅଧିକାରୀମାନେ ଘରକୁ ଯାଇ ସହାୟତା ଅର୍ଥ ପ୍ରଦାନ କରିବେ ।
ଖୋର୍ଦ୍ଧା ଜିଲ୍ଲା କେରଙ୍ଗରେ ବାର୍ଡ଼ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ଗତ ଗୁରୁବାର ଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଥିଲା ।
ଓଡ଼ିଶା ଡ଼ଟ୍ କମ୍
Leave a Reply