Site icon Odisha.com

ଶୁଟିଂ ବେଳେ ଅଭିନେତ୍ରୀ ଅର୍ଚ୍ଚିତା ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ଏକ ଓଡ଼ିଆ ଚଳଚ୍ଚିତ୍ରର ଶୁଟିଂ ବେଳେ ହାଇଦ୍ରାବାଦରେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚତା ଆହତ ହୋଇଛନ୍ତି ।

ରାମୋଜି ଫିଲ୍ମ ସିଟିରେ ଗୁରୁବାର “ଶପଥ” ଚଳଚ୍ଚିତ୍ରର ଶୁଟିଂ ଚାଲିଥିବା ବେଳେ ଏକ ଗୀତରେ ଶୁଟିଂ ହେଉଥିବା ବେଳେ ସେ ଭାରସାମ୍ୟ ହରାଇ ପ୍ରାୟ ୨୦ ଫୁଟ୍ ତଳକୁ ପଡ଼ିଯାଇଥିଲେ ।

ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ନିକଟସ୍ଥ ଡ଼ାକ୍ତରଖାନାକୁ ନିଆଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ନଥିଲେ ମଧ୍ୟ ତାଙ୍କୁ ଭୁବନେଶ୍ୱର ନେବା ପାଇଁ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି ।

ଏହି ଘଟଣାପରେ ଶୁଟିଂ ବନ୍ଦ କରିିଆଯାଇଛି । ମ୍ୟାଗନମ୍ ମିଡ଼ିଆ ପ୍ରା.ଲି ବ୍ୟାନରେ ଅଶୋକ ପତିଙ୍କ ଦ୍ୱାରା ନିର୍ଦେଶୀତ ଏହି ଚଳଚ୍ଚିତ୍ରର ଶୁଟିଂ ଶେଷ ପର୍ଯ୍ୟାୟରେ ପହଂଚିଛି ।

ଏଥିରେ ଆକାଶ ଅଭିନେତା ଭୂମିକାରେ ଅଭିନୟ କରୁଥିବା ବେଳେ ମିହିର ଦ।ସ, ପିଣ୍ଟୁ ନନ୍ଦ,ମୀନକେତନ, ପ୍ରୀତିରାଜ, ଚୌଧୁରୀ ଜୟପ୍ରକାଶ ଦ।ସ ପ୍ରମୁଖ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version