ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ବାସ୍କେଟବଲ କ୍ରୀଡାର ପ୍ରୋତ୍ସାହନ ପାଇଁ
ଆମେରିକାର ଜାତୀୟ ବାସ୍କେଟବଲ ଆସୋସିଏସନ ଶେରେ ସମାନ୍ତରାଳ ଲିଗ କରିବାକୁ ଯୋଜନା
କରିଛି ।
ଏନ୍ବିଏର କମିଶନର ଡାଭିଡ ଷ୍ଟନ ଓ ଆଇଏମଜି ମଧ୍ୟରେ ହୋଇଥିବା ଆଲୋଚନାରୁ ଏହା
ଜଣାପଡିଛି ।
ନ୍ୟୁୟର୍କରେ ଅବସ୍ଥାପିତ ସ୍ପୋର୍ଟସ ମ୍ୟାନେଜମେଂଟ ସଂସ୍ଥା ଆଇଏମଜି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମିଳିତ ଭାଗିଦାରୀରେ ସ୍ଥାପିତ ଆଇଏମଜିରିଲାଏନ୍ସ ଭାରତରେ କ୍ରୀଡା ମନୋରଞ୍ଜନ କ୍ଷେତ୍ରରେ କାର୍ଯ୍ୟରତ ।
୨୦୧୦ ରେ ସ୍ଥାପିତ ଏହି କମ୍ପାନୀ ବାସ୍କେଟବଲ ଫେଡେରେସନ ଅଫ ଇଣ୍ଡିଆ ସହ ମଧ୍ୟ ଏକ ୩୦
ବର୍ଷିଆ ଚୁକ୍ତିରେ ଅନୁବନ୍ଧିତ ହୋଇଛି । ଏହି ଚୁକ୍ତି ଅନୁଯାୟୀ କମ୍ପାନୀ ଭାରତରେ ବାସ୍କେଟବଲ ଲିଗ ଆୟୋଜନ କରିବ ।
ତେବେ ବାସ୍କେଟବଲ କ୍ରୀଡାର ପ୍ରସାର ଓ ପ୍ରଚାର ତଥା କ୍ରୀଡାର ଲୋକପ୍ରିୟତାକୁ ଭାରତରେ ବଢ଼ାଇବାଦିଗରେ ଏହି ଲିଗର ଆୟୋଜନ କରିବା ନେଇ ଷ୍ଟେନ ଲକ୍ଷ୍ୟ ରଖିଛନ୍ତି ।
ପୂର୍ବରୁ ୨ ବର୍ଷ ହେଲା ଏନବିଏ ଭାରତରେ ଏହିପରି ଲିଗ୍ ବିଭିନ୍ନ ତୃଣମୂଳ ସ୍ତରରୁ ଆୟୋଜନ
କରିଆସୁଛି ।
ଚଳିତ ବର୍ଷ ଭାରତର ଏକ କ୍ରୀଡା ଚ୍ୟାନେଲରେ ଲିଗ ସପ୍ତାହ ୬ଦିନ ଧରି ପ୍ରସାରିତ ହେଉଛି । ଏହା
ବ୍ୟତୀତ ଆଇଏମଜି ଫ୍ଲୋରିଡାରେ ଏକ ତାଲିମ କେନ୍ଦ୍ର ଖୋଲିଛି ଏବଂ ଠୋରେ ୨୯ ଜଣ ଭାରତୀୟ ଯୁବକ ଗତ ସେପ୍ଟେମ୍ବରରେ ଯୋଗଦାନ କରିଛନ୍ତି ।
ସେମାନଙ୍କ ମଧ୍ୟରେ ଅଛନ୍ତି ୭ଫୁଟ ଉଚ୍ଚତା ବିଶିଷ୍ଟ ପଞ୍ଜାବର ସତନାମ ସିଂ ଭାମରା ଜଣେ
ଉଦୀ ୟମାନ ଖେଳାଳୀ ।
ଓଡ଼ିଶା ଡ଼ଟ୍ କମ୍
Leave a Reply