ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଜାନୁୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ପ୍ରସବ ଯନ୍ତ୍ରଣା ସହିନପାରି ବରଗଡ଼ ଜିଲ୍ଲା ଭଟଲି ନିକଟସ୍ଥ ବାରପାହାଡ଼ ଜଙ୍ଗଲରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି ।
ରବିବାର ଠାରୁ ହାତୀଟି ପ୍ରସବ ଜନିତ ଯନ୍ତ୍ରଣା ଭୋଗୁଥିଲା ଏବଂ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ପଶୁ ଡ଼ାକ୍ତରଙ୍କ ସହାୟତା ନେଇଥିଲେ ।
ତେବେ ଅନ୍ୟ ଦନ୍ତା ହାତୀମାନେ ଉକ୍ତ ସ୍ଥାନକୁ ଚାଲି ଆସିବାରୁ ଡ଼ାକ୍ତର ଓ କର୍ମଚାରୀମାନେ ଭୟରେ ପଳାଇଆସିଥିଲେ । ସୋମବାର କର୍ମଚାରୀମାନେ ସେହି ସ୍ଥାନକୁ ପୁଣିଯାଇଥିଲେ ଏବଂ ସେତେବେଳେ ହାତୀର ମୃତ୍ୟୁ ହୋଇସାରିଥିଲା ।
ପରେ ଜଂଗଲ ବିଭାଗ ଅଧିକାରୀମାନେ ହାତୀର ଶବ ବ୍ୟବଚ୍ଛେଦ କରି ଗାତ ଖୋଳି ପୋତି ଦେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍
Leave a Reply