ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଇଟିଭି ପ୍ରିୟ ଓଡ଼ିଆ-୨୦୧୧ ସମ୍ମାନ ପ୍ରଦାନ କରାଯାଇଛି ।
ଶନିବାର ସଂଧ୍ୟାରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ସାଂସଦ ପ୍ରସନ୍ନ ପାଟ୍ଟସାଣୀ ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ସ୍ୱରୂପ ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ କରାଯାଇଛି।
ବିଦେଶରେ ବାଲୁକା କଳା ପ୍ରଦର୍ଶନ କରି ସୁଦର୍ଶନ ଦେଶ ତଥା ରାଜ୍ୟ ପାଇଁ ଗୌରବ ବଢାଇଥିଲେ ।
ଫଳରେ ଓଡ଼ିଶାବାସୀଙ୍କ ବିପୁଳ ଭୋଟ୍ ପାଇ ସେ ପ୍ରିୟ ଓଡ଼ିଆ ହୋଇପାରିଛନ୍ତି । ରାଜ୍ୟବାସୀ ଦେଇଥିବା ଭୋଟ୍ ଏସ୍ଏମ୍ଏସ୍ ଜରିଆରେ ଏହି ଚୟନ କରାଯାଇଛି ।
ସୁଦର୍ଶନଙ୍କ ସହ ଏହି ଦୌଡ଼ରେ ପଦ୍ମିନୀ ରାଉତ, ନନ୍ଦିତା ଦାସ, ପ୍ରଜ୍ଞାନ ଓଝା ଓ ସସ୍ମିତା ମଲ୍ଲିକ ପ୍ରମୁଖ ଥିଲେ । ୨୦୦୫ରୁ ପ୍ରତିବର୍ଷ ଇଟିଭି ପକ୍ଷରୁ ଜଣେ ଓଡ଼ିଆଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି ।
ଓଡ଼ିଶା ଡ଼ଟ୍ କମ୍