Site icon Odisha.com

ସମସ୍ୟା ଯୋଗୁଁ ଶିକ୍ଷା ସହାୟକ ସଂଘର ଆନ୍ଦୋଳନ ଧମକ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ଦୀର୍ଘଦିନ ଧରି ଦରମା ପାଉନଥିବାରୁ ଭଦ୍ରକ ଜିଲ୍ଲାରେ ଶିକ୍ଷା ସହାୟକମାନେ ଆନ୍ଦୋଳନ ଧମକ ଦେଇଛନ୍ତି ।

ଶିକ୍ଷା ସଚିବଙ୍କ ପତ୍ର ଅନୁସାରେ ସମସ୍ତ ଶିକ୍ଷା ସହାୟକଙ୍କୁ ପ୍ରତ୍ୟେକ ମାସ ୫ତାରିଖ ପୂର୍ବରୁ ଦରମା
ଦେବାପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ଚାନ୍ଦବାଲି ବ୍ଲକର ଶିକ୍ଷା ସହାୟକ ମାନେ ଗତ ୯ମାସ ଧରି ଦରମା
ପାଇନଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପ୍ରତ୍ୟେକ ବ୍ଲକରେ ଥିବା ଶିକ୍ଷା ସହାୟକ ଏହିପରି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ସ୍କୁଲ ଛାଡ଼ୁଥିବା ପିଲା ମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପରି ଦାୟୀତ୍ୱ,୧୦ଟାରୁ ୪ଟା ପର୍ଯ୍ୟନ୍ତ ବ୍ୟିାଳୟରେ ଗୁଣାତ୍ମକ ମାନର ଶିକ୍ଷ।ଦାନ ତଥା ବହୁ ସାମାଜିକ କାର୍ଯ୍ୟରେ ସେମାନେ ନିୟୋଜିତ ଥିବାବେଳେ ଶିକ୍ଷାସହାୟକ ମାନଙ୍କ ପ୍ରତି ବିଭାଗୀୟ କର୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଥିବାରୁ ସଂଘ ପକ୍ଷରୁ ନିନ୍ଦା କରାଯାଇଛି ।

ଆସନ୍ତା ୧୫ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ସଂଘ ଆନ୍ଦୋଳନାତ୍ମକ ପନ୍ଥାର ଆଶ୍ରୟ
ନେବାକୁ ବାଧ୍ୟ ହେବ ବୋଲି ରବିବାର ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version