ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଘଟଣାର ସିବିଆଇ ତଦନ୍ତ ନିମନ୍ତେ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ସୋମବାର ଓଡ଼ିଶା ଗଣ ସମାଜ ପକ୍ଷରୁ ଧାରଣା ଦିଆଯାଇଛି ।
ଜନତାମଇଦାନ ଠାରେ ଥିବା ଗାନ୍ଧୀ ପ୍ରତିମୂର୍ତୀ ସମ୍ମୁଖରେ ବିଭିନ୍ନ ଅଣ ବିଜେଡ଼ି ରାଜନୈତିକ ଦଳର ନେତା, ମହିଳା ସଂଗଠନ, ସିଭିଲ ସୋସାଇଟି, ଛାତ୍ର ସଂଗଠନର କର୍ମକର୍ତାମାନେ ଧାରଣା ଦେଇଥିଲେ ।
ଘଟଣାର ସିବିଆଇ ତଦନ୍ତ ଏବଂ ଅନ୍ୟ ଆଠଟି ଦାବି ସରକାର ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଗଣ ସମାଜର କାର୍ଯ୍ୟକ୍ରମ ଉପରେ ଏହାର ସଂଯୋଜକ ରବି ଦାସ ଉପସ୍ଥିତ ଲୋକଙ୍କୁ ବୁଝାଇବା ସହ ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ୪ ତାରିଖରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଗଣ ସମାଜର ପ୍ରଶାନ୍ତ ପଟ୍ଟନାୟକ, କଂଗ୍ରେସର କିଶୋର ଚନ୍ଦ୍ର ପଟେଲ,
ସୁରେଶ ପାଣିଗ୍ରାହୀ, ସିପିଆଇଏମ୍ର ପୁଷ୍ପା ଦାସ, ସିପିଆଇଏମ୍ଏଲ୍ର ରାଧାକାନ୍ତ ସେଠୀ ଏବଂ ମହେନ୍ଦ୍ର ପରିଡ଼ା ପ୍ରମୁଖ ଏହି ଧାରଣାରେ ସାମିଲ ହୋଇଥିଲେ ।
ଓଡ଼ିଶା ଡ଼ଟ୍ କମ୍