ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ, ଜାନୁୟାରୀ ୩୧(ଓଡ଼ିଶା ଡ଼ଟ୍ କମ୍) କିଛିଦିନର ନୀରବତା ପରେ ବରଗଡ ସହରରେ ପୁଣି ଜାଲ୍ନୋଟ ରାକେଟ ସକ୍ରିୟ ହୋଇଛନ୍ତି ।
ପ୍ରତିିଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ଉକ୍ତ ରାକେଟର ସଦସ୍ୟ ମାନେ ସହରରେ ଚଳପ୍ରଚଳ କରୁଥିବା ବେଳେ ନୋଟ୍ ସବୁ ଚଳାଇବାର ପ୍ରୟାସ କରୁଛନ୍ତି ।
ମଙ୍ଗଳବାର ସଂଧ୍ୟାରେ ମୋଟର ସାଇକେଲରେ ଜଣେ ଯୁବକ ଆସି ସ୍ଥାନୀୟ ବଜାରରେ ତିନି ଚାରୋଟି ଦୋକାନରୁ କପଡ଼ା କିଣି ସେମାନଙ୍କୁ ଜାଲ୍ ୧୦୦ ଟଙ୍କିଆ ନୋଟ୍ ଦେଉଥିବା ବେଳେ ଧରାପଡ଼ି କୌଶଳକ୍ରମେ ଖସି ପଳାଇଥିଲେ ।
ସଂପୃକ୍ତ ଯୁବକ ଜଣେ ବ୍ୟବସାୟୀଙ୍କୁ ୧୯ଟି ୧୦୦ ଟଙ୍କିଆ ନୋଟ୍ ଦେଇଥିଲେ ଏବଂ ଦୋକାନୀ ନୋଟ୍ ଗଣି ପରଖିବା ସମୟରେ ଯୁବକଟି ଆଉ ଏକ କପଡ଼ା ଦୋକାନୀଙ୍କ ଠାରୁ ସାର୍ଟ ପ୍ୟାଣ୍ଟ କିଣି ୪ଟି ୧୦୦ଟଙ୍କିଆ ନୋଟ୍ ଦେଇଥିଲୋ ।
ଏହି ସମୟରେ ପୂର୍ବ ଦୋକାନୀ ସେଠାରେ ପହଞ୍ଚି ଯୁବକ ଦେଇଥିବା ନୋଟସବୁ ଦେଖାଇ ଏହା ଜାଲ୍
ବୋଲି କହିବାରୁ ଅନ୍ୟ ଦୋକାନୀ ମଧ୍ୟ ସେ ଦେଇଥିବା ନୋଟକୁ ଭଲକରି ଦେଖିବାରୁ ସେଗୁଡ଼ିକ ମଧ୍ୟ ଜାଲ୍ ବୋଲି ଜଣା ପଡ଼ିଥିଲା ।
ଏନେଇ ଟାଉନ ଥାନା ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ମଟର ସାଇକେଲ ଏବଂ ଦୋକାନୀଙ୍କ ଠାରୁ କିଛି ଜାଲ୍ ନୋଟ ଜବତ କରିଛି ।
ବରଗଡ଼ ଜିଲ୍ଲା ଛତିଶଗଡ଼ ସୀମାକୁ ଲାଗି ରହିଥିବାରୁ ଦୈନିକ ଲକ୍ଷାଧିକ ଟଙ୍କାର ଜାଲନୋଟ୍ ଜିଲ୍ଲା ମଧ୍ୟକୁ ପ୍ରବେଶ କରୁଛି । ସୂଚନାଯୋଗ୍ୟ ଯେ ଗତ କିଛି ମାସ ପୂର୍ବରୁ ସୋହେଲାର ଏକ ଛାପାଖାନାରୁ ପ୍ରାୟ ୯ଲକ୍ଷ ୫୦ ହଜାର ଟଙ୍କା ଜାଲ୍ ନୋଟ ଓ ଅନ୍ୟ ସରଞ୍ଜାମ ଜବତ ହୋଇଥିଲା ।
ଓଡ଼ିଶା ଡ଼ଟ୍ କମ୍