ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ବଣ୍ଡା ଆଦିବାସୀଙ୍କ ଫଟୋ ପ୍ରକାଶ କରି କେତେକ ଟ୍ରାଭେଲ ଏଜେନ୍ସି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରୁଥିବା ଅଭିଯୋଗ ଉପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଏକ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି ।
ମଙ୍ଗଳବାର ଦିଆଯାଇଥିବା ଏହି ରିପୋର୍ଟରେ ବଣ୍ଡା ଅଳକୁ ବିଦେଶୀ ପର୍ଯ୍ୟଟକଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଥିବା ବେଳେ ରାଜ୍ୟ ସରକାର ଟୁର ଅପରେଟରଙ୍କ ସହ ଏ ସଂପର୍କରେ ଆଲୋଚନା କରିଛନ୍ତି ବୋଲି କୁହାଯାଇଛି ।
ବଣ୍ଡାଙ୍କ ନଗ୍ନ ଚିତ୍ର ଉଠାଇ ଅପବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଉ୍ବେଗ ପ୍ରକାଶ ପାଇଥିଲା ଏବଂ ଏ ସଂପର୍କରେ କେନ୍ଦ୍ର ସରକାର ରିପୋର୍ଟ ମାଗିଥିଲେ ।
ଓଡ଼ିଶା ଡ଼ଟ୍ କମ୍