ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରିବାକୁ ଜାତୀୟ ଶିଶୁ ଚଳଚ୍ଚିତ୍ର ସମିତି ଅଧ୍ୟକ୍ଷ ତଥା ଅଭିନେତ୍ରୀ ନନ୍ଦିତା ଦ।ସ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।
ନନ୍ଦିତା ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ମଙ୍ଗଳବାର ସାକ୍ଷାତ କରି ଏହି ପ୍ରସ୍ତାବ ବେଳେ ଯଦି ପରିସ୍ଥିତି ଅନୁକୂଳ ହୁଏ ତେବେ ଅପ୍ରେଲରେ ଏହା ଅନୁଷ୍ଠିତ ହେବ ବୋଲି ଗଣମାଧ୍ୟମକୁ କହିଛନ୍ତି ।
ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ଏବଂ କମିଟିର ନିଷ୍ପତି ଅନୁଯାୟୀ ମହୋତ୍ସବର ଆୟୋଜନ କରାଯିବ ବୋଲି ସେ କହିଛନ୍ତି । କମିଟିର ପ୍ରଥମ ବୈଠକ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ ।
ଏକ ସପ୍ତାହବ୍ୟାପୀ ଏହି ଚଳଚ୍ଚିତ୍ର ମହୋତ୍ସବ ହେବ ଏବଂ ଏଥିରେ ଦେଶ ବିଦେଶ ର ୨୫୦ରୁ ଉଦ୍ଧ୍ୱର୍
ଶିଶୁ ଚଳଚ୍ଚିତ୍ର ସ୍ଥାନ ପାଇବ ।
ଓଡ଼ିଶା ଡ଼ଟ୍ କମ୍